ନବୀନ ବାବୁ ‘ବେଇମାନ’ ଓ ‘ପ୍ରାର୍ଥୀ ଚୋରି’ ଭଳି ଦୁଇଟି ଅପଶଦ୍ଦ ଉଚ୍ଚାରଣ କରିବା ଅତ୍ୟନ୍ତ ନିନ୍ଦନୀୟ: ଡା.ସମ୍ବିତ ପାତ୍ର
ନୂଆପଡା / ଭୁବନେଶ୍ୱର, , 07 ନଭେମ୍ବର (ହି.ସ) ନୂଆପଡା ଉପନିର୍ବାଚନରେ ନବୀନ ବାବୁ ଦୁଇଟି ଅପଶଦ୍ଦର ବ୍ୟବହାର କରିଛନ୍ତି ଗୋଟିଏ ହେଉଛି ‘ବେଇମାନ’ ଓ ଅନ୍ୟଟି ‘ପ୍ରାର୍ଥୀ ଚୋରି’; ଏହାକୁ ମୁଁ ନିନ୍ଦା କରୁଛି । ନବୀନ ବାବୁଙ୍କ ଏ କଥା ସ୍ୱର୍ଗତଃ ରାଜେନ୍ଦ୍ର ଢୋଲକିଆଙ୍କ ପରିବାରକୁ ଆଘାତ ପହଁଚାଇଛି । କୌ
ନବୀନ ବାବୁ ‘ବେଇମାନ’ ଓ ‘ପ୍ରାର୍ଥୀ ଚୋରି’ ଭଳି ଦୁଇଟି ଅପଶଦ୍ଦ ଉଚ୍ଚାରଣ କରିବା ଅତ୍ୟନ୍ତ ନିନ୍ଦନୀୟ: ଡା.ସମ୍ବିତ ପାତ୍ର


ନୂଆପଡା / ଭୁବନେଶ୍ୱର, , 07 ନଭେମ୍ବର (ହି.ସ) ନୂଆପଡା ଉପନିର୍ବାଚନରେ ନବୀନ ବାବୁ ଦୁଇଟି ଅପଶଦ୍ଦର ବ୍ୟବହାର କରିଛନ୍ତି ଗୋଟିଏ ହେଉଛି ‘ବେଇମାନ’ ଓ ଅନ୍ୟଟି ‘ପ୍ରାର୍ଥୀ ଚୋରି’; ଏହାକୁ ମୁଁ ନିନ୍ଦା କରୁଛି । ନବୀନ ବାବୁଙ୍କ ଏ କଥା ସ୍ୱର୍ଗତଃ ରାଜେନ୍ଦ୍ର ଢୋଲକିଆଙ୍କ ପରିବାରକୁ ଆଘାତ ପହଁଚାଇଛି । କୌଣସି ଦ୍ରବ୍ୟର ଚୋରି ହୋଇଥାଏ । ବ୍ୟକ୍ତି କୌଣସି ଦ୍ରବ୍ୟ ନୁହେଁ, ଯାହା ଚୋରୀ ହୋଇଯିବ । ବ୍ୟକ୍ତି ହେଉଛି ଗୋଟିଏ ବଂଚିଥିବା ଆତ୍ମା । ଏକଥା ବୋଧହୁଏ ନବୀନ ବାବୁଙ୍କୁ ଜଣାନାହିଁ । ବିଜେଡି ଘୃଣ୍ୟ ରାଜନୀତି କରି ସ୍ୱର୍ଗତଃ ରାଜେନ୍ଦ୍ର ଢୋଲକିଆଙ୍କୁ ଏକ ଦ୍ରବ୍ୟରେ ପରିଣତ କରି ଦେଇଛି, ଯାହା ଅତ୍ୟନ୍ତ ଦୁଃଖର ବିଷୟ ବୋଲି ଆଜି ନୂଆପଡାଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରୀୟ ମୁଖପାତ୍ର ତଥା ପୁରୀ ସାଂସଦ ଡା. ସମ୍ବିତ ପାତ୍ର କହିଛନ୍ତି ।

ଡା. ପାତ୍ର କହିଛନ୍ତି ଯେ, ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ସମୟରେ ରାଜେନ୍ଦ୍ର ଢୋଲକିଆଙ୍କୁ ସହଯୋଗ କରିନଥିଲା ବିଜେଡି । ହୃଦ୍‌ଜନିତ ଓ କିଡନି ଭଳି ଜଟିଳ ସମସ୍ୟା ହେତୁ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ସମୟରେ ରାଜେନ୍ଦ୍ର ଢୋଲକିଆଙ୍କୁ ସହଯୋଗ କରିନଥିଲା ବିଜେଡି । ବିଜେଡିର କେହି ନେତା ଫୋନ୍ କରିନଥିଲେ । ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ଆର୍ôଥକ ସହାୟତା ମାଗିଥିଲେ ବି ବିଜେଡିର କେହି ନେତା ତାଙ୍କ କଥା ଶୁଣିନଥିଲେ । ଏଇଥିରୁ ଆପଣମାନେ ବୁଝିପାରୁଥିବେ, ବିଜେଡି ତାର ବିଧାୟକମାନଙ୍କୁ କିଭଳି ବ୍ୟବହାର ପ୍ରଦର୍ଶନ କରେ । ପୁଅ ଜୟ ଢୋଲକିଆ ବାପା ରାଜେନ୍ଦ୍ର ଢୋଲକିଆଙ୍କୁ କିଡନି ଦେବାକୁ ପ୍ରସ୍ତୁତ ଥିଲେ, କିନ୍ତୁ କିଡନି ପ୍ରତ୍ୟାରୋପଣ ପୂର୍ବରୁ ଆଖି ବୁଜିଥିଲେ ରାଜେନ୍ଦ୍ର ଢୋଲକିଆ । ସ୍ୱର୍ଗତଃ ରାଜେନ୍ଦ୍ର ଢୋଲକିଆଙ୍କ ପାର୍ଥୀବ ଶରୀରକୁ ଏୟାର ଆମ୍ବୁଲାନ୍ସରେ ଆଣିବାକୁ ମଧ୍ୟ କୈାଣସି ବିଜେଡି ନେତା ସ୍ୱର୍ଗତଃ ଢୋଲକିଆଙ୍କ ପରିବାର ସହ ଯୋଗାଯୋଗ କରିନଥିଲେ । ଆପଣ ଏୟାର ଆମ୍ବୁଲାନ୍ସରେ ଆଣିଦିଅନ୍ତୁ, ଯାହା ଖର୍ଚ୍ଚ ହେବ ଆମେ ଦେଇ ଦେବୁ ବୋଲି କହି ଶେଷ ସୁଦ୍ଧା ଟଙ୍କା ପଠାଇଲେ ନାହିଁ । ସ୍ୱର୍ଗତଃ ରାଜେନ୍ଦ୍ର ଢୋଲକିଆଙ୍କ ଶ୍ରଦ୍ଧାଞ୍ଜଳି ସଭାକୁ ଦଳୀୟ ସଭା ରୂପରେ ରୂପାନ୍ତର କରି ବିଜେଡି ନେତାମାନେ ରାଜନୀତି କଲେ । ଯିଏ ଦଳ ଓ ଦେଶ ପାଇଁ ସବୁ କରିଛି, ତାକୁ ବିଜେଡି କୌଣସି ସାହାଯ୍ୟ ନକରିବା ଅତ୍ୟନ୍ତ ଦୁଃଖର ବିଷୟ । ବିଜେଡି ଏହାକୁ ନେଇ ରାଜନୀତିକରଣ ବନ୍ଦ କରନ୍ତୁ । କିଏ କ’ଣ, ତାହା ନୂଆପଡାବାସୀ ବେଶ୍ ଭଲ ଭାବରେ ଜାଣନ୍ତି । ରାଜେନ୍ଦ୍ର ଢୋଲକିଆଙ୍କ ପତ୍ନୀ କଳ୍ପନା ଢୋଲକିଆ ଆଜି ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି । ସେ ସାମାଜିକ ଗଣମାଧ୍ୟମରେ ଅନେକ ଅକୁହା କଥା କହିଛନ୍ତି । ତାଙ୍କର ସ୍ୱାମୀ ଅସୁସ୍ଥ ହେବା ଠାରୁ ଆରମ୍ଭ କରି ଜୟ ଢୋଲକିଆ ବିଜେପିରେ ଯୋଗ ଦେବା ପର୍ଯ୍ୟନ୍ତ ସମସ୍ତ ଘଟଣା କହିଛନ୍ତି । ସ୍ୱର୍ଗତଃ ରାଜେନ୍ଦ୍ର ଢୋଲକିଆଙ୍କ ଅନ୍ତେ ତାଙ୍କ ପତ୍ନୀ ଓ ପରିବାର ପ୍ରତି କଟାକ୍ଷ ନକରି ସମ୍ବେଦନଶୀଳ ଆଚରଣ ଓ ବ୍ୟବହାର ପ୍ରଦର୍ଶନ କରିବାକୁ ଡା.ପାତ୍ର ବିଜେଡି ଦଳର ନେତାମାନଙ୍କୁ ପରାମର୍ଶ ଦେଇଛନ୍ତି ।

ଓଡିଶାରେ ଡବଲ ଇଂଜିନ ସରକାର ଗଠନ ହେବା ପରେ ଓଡିଶାବାସୀଙ୍କ ବିଜେପି ଉପରେ ଆସ୍ଥା ବୃଦ୍ଧି ପାଇଛି । ନୂଆପଡାବାସୀ ମଧ୍ୟ ବିଜେପି ସରକାରର ବିକାଶର ସ୍ରୋତରେ ସାମିଲ ହେବା ପାଇଁ ମନସ୍ଥ କରିସାରିଛନ୍ତି । ବିଜେପି ପ୍ରାର୍ଥୀ ଶ୍ରୀ ଜୟ ଢୋଲକିଆଙ୍କୁ ପଦ୍ମ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରାଇବାକୁ ଡା.ପାତ୍ର ନୂଆପଡାବାସୀଙ୍କୁ ନିବେଦନ କରିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ସ୍ୱର୍ଗତଃ ରାଜେନ୍ଦ୍ର ଢୋଲକିଆଙ୍କ ଧର୍ମପତ୍ନୀ କଳ୍ପନା ଢୋଲକିଆ ଓ ସାନଭାଇ ଅତୁଲ ଢୋଲକିଆ, ନୂଆପଡା ଜିଲ୍ଲା ସଭାପତି କମଳେଶ ଦିକ୍ଷିତ, ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ, ରାଜ୍ୟ ପ୍ରବକ୍ତା ମାନସ ରଞ୍ଜନ ବକ୍ସି ପ୍ରମୁଖ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande