ଦୁଷ୍କର୍ମ ମାମଲାରେ ୧୦ ବର୍ଷ ସଶ୍ରମ କାରାଦଣ୍ଡ
କେନ୍ଦୁଝର, 7 ନଭେମ୍ବର (ହି.ସ.) ଆଜି କେନ୍ଦୁଝର ଜିଲ୍ଲା ଓ ଦୌରାଜଜ୍ ଗୋପାଳ ଚନ୍ଦ୍ର ବେହେରା ଏକ ଦୁଷ୍କର୍ମ ମାମଲାର ବିଚାର କରି ଘଟଗାଁ ଥାନା ଅନ୍ତର୍ଗତ ସୀତାବିଞ୍ଜି ଗ୍ରାମର ଅଭିଯୁକ୍ତ ରମେଶ ଓରଫ୍ ନାଙ୍ଗୁ ମୁଣ୍ଡା(୨୧) କୁ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍
ଦୁଷ୍କର୍ମ ମାମଲାରେ ୧୦ ବର୍ଷ ସଶ୍ରମ କାରାଦଣ୍ଡ


କେନ୍ଦୁଝର, 7 ନଭେମ୍ବର (ହି.ସ.) ଆଜି କେନ୍ଦୁଝର ଜିଲ୍ଲା ଓ ଦୌରାଜଜ୍ ଗୋପାଳ ଚନ୍ଦ୍ର ବେହେରା ଏକ ଦୁଷ୍କର୍ମ ମାମଲାର ବିଚାର କରି ଘଟଗାଁ ଥାନା ଅନ୍ତର୍ଗତ ସୀତାବିଞ୍ଜି ଗ୍ରାମର ଅଭିଯୁକ୍ତ ରମେଶ ଓରଫ୍ ନାଙ୍ଗୁ ମୁଣ୍ଡା(୨୧) କୁ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧୦ ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ଅଧୂକ ୬ ମାସ ସଶ୍ରମ କାରା ଦଣ୍ଡାଦେଶ ଶୁଣାଇଛନ୍ତି। ଘଟଣାରୁ ପ୍ରକାଶ, ଗତତା ୨୯/୧/୨୦୨୪ ରିଖ ସଂନ୍ଧ୍ୟା ୮ ଘଟିକା ସମୟରେ ପୀଡିତାର ପିଲାମାନେ ତାଙ୍କ ଗାଁ ପଡିଶା ଘରକୁ ଟିଭି ଦେଖୁବାକୁ ଯାଇଥିଲେ। ପିଲାମାନେ ଫେରିବାର ବାର ବିଳମ୍ବ ହେବାରୁ ପୀଡିତା ତା' ପିଲାମ ଖୋଜିବାକୁ ଯିବା ସମୟରେ ଅଭିଯୁକ୍ତ ମୁଣ୍ଡା ଅନ୍ଧାରର ସୁଯୋଗ ନେଇ ପୀଡିତାର ମୁହଁକୁ ହାତରେ ଚାପି ଧରି ପାଖରେ ଥ‌ିବା ଏକ ବାଡି(ପଡିଆ)କୁ ଟାଣି ନେଇ ଜୋର ଜବରଦସ୍ତ ଦୁଷ୍କର୍ମ କରିଥ୍‌ଲା ଓ ଧମକ ଦେଇ କହିଥିଲା କି ଏ ସଂପର୍କରେ ବାହାରେ ପ୍ରକାଶ କଲେ ଜୀବନରୁ ମାରିଦେବି। ଏହି ଘଟଣାକୁ ନେଇ ପୀଡିତା ଢ଼େଙ୍କିକୋଟ ଫାଣ୍ଡିରେ ଅଭିଯୋଗ କରିବା ପରେ ତାହା ଘଟଗାଁ ଥାନା କେଶ ନଂ ୮୪ ତା ୩୧୧/୨୦୨୪ ରିଖରେ ଆଇପିସି ଦଫା १४९/१०२/४0 ୫୦୬ ରୁଜୁ କରି ଆସାମୀକୁ କୋର୍ଟ ଚାଲାଣ କରିଥିଲେ। ଆଜି ମାନ୍ୟବର କେନ୍ଦୁଝର ଜିଲ୍ଲା ଓ ଦୌରାଜଜ୍ ଗୋପାଳ ଚନ୍ଦ୍ର ବେହେରା ୧୧ ଜଣ ସାକ୍ଷ୍ୟଙ୍କ ବୟାନକୁ ଭିତ୍ତ କରି ଆସାମୀକୁ ଦୋଷୀ ସାବ୍ୟସ୍ତ କରି ଉପରୋକୁ ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ତରଫରୁ ପବ୍ଲିକ ପ୍ରସିକୁୟଟର ପ୍ରଦୀପ କୁମାର ଦାସ ମକଦ୍ଦମା ପରିଚାଳନା କରୁଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande