
ନୂଆଦିଲ୍ଲୀ, 7 ନଭେମ୍ବର (ହି.ସ.)- ଭାରତ ଓ
ବ୍ରିଟେନ ମଧ୍ୟରେ ଆଇନ ଓ ନ୍ୟାୟ କ୍ଷେତ୍ରରେ ପରସ୍ପର ସହଯୋଗକୁ ଆହୁରି ଦୃଢ଼ କରିବା ପାଇଁ
ବିସ୍ତୃତ ଆଲୋଚନା ହୋଇଛି। ଏହି ସମ୍ବନ୍ଧରେ ବ୍ରିଟେନର ନ୍ୟାୟ ମନ୍ତ୍ରଣାଳୟର ଏକ
ପ୍ରତିନିଧିମଣ୍ଡଳ ଶୁକ୍ରବାର ନୂଆଦିଲ୍ଲୀର ଶାସ୍ତ୍ରୀ ଭବନରେ ଭାରତ ସରକାରର ଆଇନ ଓ ନ୍ୟାୟ
ମନ୍ତ୍ରଣାଳୟର ବିଧାୟୀ ବିଭାଗର ସଚିବଙ୍କୁ ସାକ୍ଷାତ କରିଛନ୍ତି।
କେନ୍ଦ୍ରୀୟ ଆଇନ ମନ୍ତ୍ରଣାଳୟ
ଅନୁସାରେ, ବୈଠକରେ ବିଧାନ ଖସଡା ପ୍ରସ୍ତୁତି, ଇଜ ଅଫ୍ ଲିଭିଂ
ପ୍ରୟାସ, ପୁରୁଣା ଓ ଅପ୍ରଚଳିତ ଆଇନଗୁଡ଼ିକୁ ରଦ୍ଦ କରିବା, ନ୍ୟାୟାଧିକରଣ ପ୍ରଣାଳୀ, ଲିଙ୍ଗ ନ୍ୟାୟ ଏବଂ ଉଭୟ ଦେଶର
କର୍ମକର୍ତ୍ତାମାନଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଭଳି ବିଷୟଗୁଡ଼ିକ ଉପରେ ବିସ୍ତୃତ ଆଲୋଚନା
ହୋଇଛି।
ବୈଠକ ସମୟରେ ଉଭୟ ପକ୍ଷ ଭାରତ
ଓ ବ୍ରିଟେନ ମଧ୍ୟରେ ସାଇନ୍ ହୋଇଥିବା ଏମଓୟୁର କ୍ରିୟାନ୍ବୟନ ସହିତ ସମ୍ପର୍କିତ ଦିଗଗୁଡ଼ିକ ଉପରେ
ମଧ୍ୟ ଆଲୋଚନା କରିଥିଲେ।
ପ୍ରତିନିଧିମଣ୍ଡଳରେ ବ୍ରିଟେନ
ନ୍ୟାୟ ମନ୍ତ୍ରଣାଳୟର ଆନ୍ତର୍ଜାତୀୟ କାର୍ୟକ୍ରମ ପ୍ରମୁଖ ଡେଭିଡ୍ ମେୟର, ଆନ୍ତର୍ଜାତୀୟ ଆଇନ ଶାସନ ପ୍ରମୁଖ କ୍ରିଷ୍ଟିନା ସୋପର, ଆଇନ ସେବା ବରିଷ୍ଠ
ନୀତି ପରାମର୍ଶଦାତା ପଲ୍ ସ୍କଟ୍ ଏବଂ ଅନ୍ତର୍ଜାତୀୟ ସହଭାଗୀତା ଜ୍ୟେଷ୍ଠ ନୀତି ପରାମର୍ଶଦାତା
ବାରବୋରା ସିନଡାରୋଭା ଅନ୍ତର୍ଭୁକ୍ତ ଥିଲେ। ସେମାନଙ୍କ ସହିତ ବ୍ରିଟିଶ ଉଚ୍ଚାୟୋଗର ଅଧିକାରୀମାନେ
ମଧ୍ୟ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା