
ଜୟପୁର, 9 ନଭେମ୍ବର (ହି.ସ.)କୋରାପୁଟ ଜିଲ୍ଲା କୁନ୍ଦୁରା ପୋଲିସକୁ ମିଳିଛି ବଡ଼ ସଫଳତା । ଖଟଲାପଦର ବ୍ରିଜ ନିକଟରେ ଟଙ୍କା ଲୁଟ୍ ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତଙ୍କୁ ଆଜି ଅପରାହ୍ନରେ ଜୟପୁର କୋର୍ଟ ଚଲାଣ କରାଯାଇଛି ବୋଲି କୁନ୍ଦୁରା ଥାନା ଅଧିକାରୀ ଅଶ୍ୱନୀ ପଟ୍ଟନାୟକ ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି l ଗିରଫ ୩ ଅଭିଯୁକ୍ତ ଜୟପୁର ସଦର ଥାନା ଅନ୍ତର୍ଗତ ବାଲିଆ ଗାଁ ର ଅଜୟ ହରିଜନ (31) ଓ ନୀଳାଗୁଡାର ରାମକଣ୍ଠ ହରିଜନ (22) ଏବଂ ଜୟପୁର ଟାଉନ ଥାନା ଅନ୍ତର୍ଗତ କ୍ରିଷ୍ଟିଆନ ସାହିର ସୁମିତ ସାହିଲ ନାୟକ (23) l ଅଭିଯୁକ୍ତଙ୍କ ଠାରୁ ଲୁହା ଖଣ୍ଡା, ଟାଙ୍ଗିଆ, ମାରଣାସ୍ତ୍ର, ନଗଦ ୨୦ ହଜାର ଟଙ୍କା , ୬ଟି ବାଇକ,୪ଟି ମବାଇଲ ଜବତ ହଇଛି l ସୂଚନା ଥାଉକି, ଗତ 29-10-25 ତାରିଖ ଦିନ କୁନ୍ଦୁରା ଥାନା ଅନ୍ତର୍ଗତ ଖଟଲାପଦର ବ୍ରିଜ ଉପରେ ଟଙ୍କା ଲୁଟର ଶିକାର ହୋଇଥିଲେ କିଛି କୋଟପାଡ଼ ଅଂଚଳର ବ୍ୟବସାୟୀ l ବ୍ୟବସାୟୀ ଦେବାଶିଷ ପଟ୍ଟନାୟକ ଏବଂ ତାଙ୍କ ସାଥିଙ୍କ ଠାରୁ ୬ ଲକ୍ଷ ଟଙ୍କା ଲୁଟି ନେଇଥିଲେ ୬ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ l ବାଇକରେ ଆସି ରାସ୍ତା ମଝିରେ କାର୍ କୁ ଅଟକାଇ ବିଭିନ୍ନ ପ୍ରକାର ମାରଣାସ୍ତ୍ର ଦେଖାଇ କାର୍ ରେ ଥିବା ଟଙ୍କା ଲୁଟି ନେଇ ଥିବା କୁନ୍ଦୁରା ଥାନାରେ ଅଭିଯୋଗ ହୋଇଥିଲା l ପୋଲିସ ତଦନ୍ତ ଆରମ୍ଭ କରିଥିଲା କିନ୍ତୁ ଟେର ପାଉନଥିଲା l ଠିକ ସେହି ସମୟରେ ପ୍ରତ୍ୟେକ୍ଷଦର୍ସି ଲୁଟର ଲାଇଭ ଭିଡିଓ ନିଜ ମୋବାଇଲ ରେ ସୁଟ କରିଥିଲେ l ସେ ଭିଡିଓ କିଛି ଦିନ ପୂର୍ବେ କୁନ୍ଦୁରା ଅଂଚଳରେ ସାମାଜିକ ଗଣ ମାଧ୍ୟମରେ ଭାଇରଲ ମଧ୍ୟ ହୋଇଥିଲା l ସେପଟେ କୁନ୍ଦୁରା ଥାନା ଅଧିକାରୀଙ୍କ ସମତ କର୍ମଚାରୀ ଆର ପି ପ୍ରଧାନ ଏବଂ ଚାରି ଜଣ ଏପିଆର କାନଷ୍ଟେବଲ କୁ ନେଇ ୬ ଜଣିଆ ସ୍ୱତନ୍ତ୍ର ଟିମ ଗଠନ କରି ତଦନ୍ତକୁ ଜୋର କରିଥିଲେ l ଆଉ ଆଜି ଅଭିଯୁକ୍ତ ମଧ୍ୟରୁ ୩ ଦୁର୍ବୃତ୍ତ ଙ୍କୁ ଗିରଫ କରି ଥାନା କେସ ନମ୍ବର 134/25 ଅନୁଯାଇ ଜୟପୁର କୋର୍ଟ ଚଲାଣ କରାଯାଇଛି l
---------------
ହିନ୍ଦୁସ୍ଥାନ ସମାଚାର / ପିକେପି