ଜିଲ୍ଲା ଆଇନସେବା ପ୍ରାଧିକରଣ ଫୁଲବାଣୀ ଦ୍ବାରା ଜାତୀୟ ଆଇନସେବା ଦିବସ ପାଳିତ
National Legal Aid Service Day celebration in Phulbani
ଜିଲ୍ଲା ଆଇନସେବା ପ୍ରାଧିକରଣ ଫୁଲବାଣୀ ଦ୍ବାରା ଜାତୀୟ ଆଇନସେବା ଦିବସ ପାଳିତ


କନ୍ଧମାଳ , ୯ ନଭେମ୍ବର (ହି.ସ.)କନ୍ଧମାଳ ଜିଲ୍ଲା ଆଇନସେବା ପ୍ରାଧିକରଣ ଆନୁକୁଲ୍ୟରେ ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ପକନାଗାଁ ଠାରେ ଆଜି ଜାତୀୟ ଆଇନସେବା ଦିବସ ଅବସରରେ ଏକ ଆଇନ ସଚେତନତା ଶିବିର ର ଆୟୋଜନ କରାଯାଇଥିଲା ।

ଉକ୍ତ ସଭାରେ ସ୍ଵତନ୍ତ୍ର ଭିଜିଲାନ୍ସ ବିଚାରପତିକ୍ତ ରାଜେଶ ଦାଶ, ସ୍ଥାୟୀ ଲୋକ ଅଦାଲତ ବିଚାରପତି ଦୋଳଗୋବିନ୍ଦ ବାରିକ, ପୋକ୍ସୋ କୋର୍ଟ ର ବିଚାରପତି ମନୋରଞ୍ଜନ ଦାଶ, ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଫୁଲବାଣୀ ରମାକାନ୍ତ ମହାନ୍ତି, ଜେ.ଏମ୍.ଏଫ.ସି ବଦ୍ରିନାଥ ବିଶ୍ବାଳ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ସନ୍ତୋଷ କୁମାର ପାଢୀ, ପବ୍ଲିକ ପ୍ରୋଷିକ୍ୟୁଟର ପୂର୍ଣ୍ଣଚନ୍ଦ୍ର ନାଗ, ଚିଫ ଲିଗାଲ ଏଡ ଡିଫେନ୍ସ କାଉନ୍ସେଲ ଦେବବ୍ରତ ପ୍ରଧାନ, ଡେପୁଟି ଚିଫ ଲିଗାଲ ଏଡ ଡିଫେନ୍ସ କାଉନ୍ସେଲ ନିରୋଦ କୁମାର ପାତ୍ର, ସହକାରୀ ଲିଗାଲ ଏଡ ଡିଫେନ୍ସ କାଉନ୍ସେଲ କେ. ଲକ୍ଷ୍ମୀ ନାରାୟଣ ଦୋରା ଓ ଶୁଭାଙ୍ଗୀ ହରିତସ୍ୟ, ଜିଲ୍ଲା ଆଇନ ସେବା ସମୁଖ କାର୍ଯ୍ୟାଳୟ ର ରିଟେନର ଜୟନ୍ତ କୁମାର ମହାନ୍ତି, ଡି.ଏସ.ପି ବିପିନ ବିହାରୀ ମେହେର, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ପକନାଗାଁର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଜୟନ୍ତୀ ଟୋପନୋ, ଅନ୍ୟାନ୍ୟ ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରୀବୃନ୍ଦ, ପାରା ଲିଗାଲ ସ୍ଵେଚ୍ଛାସେବି ଯୋଗ ଦେଇଥିଲେ ।

ଏହି ସଚେତନତା ଶିବିରରେ ସମାଜର ସବୁ ବର୍ଗର ଲୋକଙ୍କ ନିକଟରେ ନ୍ୟାୟ ପହଞ୍ଚିବାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଭୂମିକା, ଏହା ସହିତ ଆଇନ ସେବା ପ୍ରାଧିକରଣ ଅଧିନିୟମ, ଲୋକ ଅଦାଲତ, ମଧ୍ୟସ୍ଥତା, ସ୍ଥାୟୀ ଲୋକ ଅଦାଲତ ଏବଂ ନ୍ୟାୟ ସଂଯୋଗ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଆଇନ ସେବା ପାଇବା ପାଇଁ ଉପଲବ୍ଧ ଥିବା ନାଲସ ହେଲ୍ପଲାଇନ ନମ୍ବର ୧୫୧୦୦ ଓ ନାଲସ ପୋର୍ଟାଲ ସମ୍ପର୍କିତ ସୂଚନା ପତ୍ର ଉପସ୍ଥିତ ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରୀବୃନ୍ଦଙ୍କୁ ଦିଆଯାଇଥିଲା ।

ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀ ରାମାକାନ୍ତ ମହାନ୍ତି ଏହି ସଚେତନତା ଶିବିରକୁ ପରିଚାଳନା କରିଥିଲେ ଓ ଅବସରପ୍ରାପ୍ତ ଶିକ୍ଷକ ତଥା ପାରା ଲିଗାଲ ସ୍ଵେଚ୍ଛାସେବି ଦେବୀପ୍ରସାଦ ଶତପଥୀ କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande