
ବଲାଙ୍ଗିର, 9 ନଭେମ୍ବର (ହି.ସ.)ପାଟଣା ରାଜ୍ୟର ଇଷ୍ଟଦେବୀ ମାଁ ପାଟଣେଶ୍ୱରୀ ମନ୍ଦିର ପୀଠକୁ ୧୮୭୨ ମସିହା ରୁ ୨୦୨୫ କୁ ୧୫୦ ବର୍ଷ ପୁର୍ତ୍ତି ହୋଇଯାଇଛି । ଏହି ଅବସରରେ ବଲାଙ୍ଗିର ଜିଲ୍ଲାର ଦେବାଳୟ ଐତିହ୍ୟ ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ଆଗାମୀ ଜାନୁୟାରୀ ମାସ ପହିଲା ସପ୍ତାହରେ ପାଟଣେଶ୍ୱରୀ ମହୋତ୍ସବ ଆୟୋଜନ ପାଇଁ ଉପ-ଜିଲ୍ଲାପାଳ ତଥା ଦୋବୋତ୍ତର ବିଭାଗ କୁ ସୂଚନା ପ୍ରଦାନ କରିଛି । ଗତ ୨୦୨୩ ମସିହାରେ ଉନ୍ନତିକରଣ ପାଇଁ ୧କୋଟି ୧୨ଲକ୍ଷ ଟଙ୍କା ସୌନ୍ଦର୍ଯ୍ୟକରଣ ପାଇଁ ମାଁ ପାଟଣେଶ୍ୱରୀ ମନ୍ଦିର କାର୍ଯ୍ୟ ଆରମ୍ଭ ହୋଇଥିଲା । ୩ବର୍ଷରୁ ଉର୍ଦ୍ଧ୍ୱ ହୋଇଗଲାଣି ଏ ଯାଏଁ ସମ୍ପୁର୍ଣ୍ଣ ହୋଇନାହିଁ । ଏହି ଅବସରରେ ବଲାଙ୍ଗିର ଉପ-ଜିଲ୍ଲାପାଳ ଆଲୋକ କୁମାର ପଟେଲଙ୍କୁ ଦେବାଳୟ ସୁରକ୍ଷା କମିଟି ୪ ଗୋଟି ଦାବି ପ୍ରଦାନ କରିଛି । ଜାନୁୟାରୀ ମାସରେ ମହୋତ୍ସବ ଆୟୋଜନ ହେବା ହେତୁ ମନ୍ଦିର ଉନ୍ନତିକରଣ ତ୍ୱରାନ୍ୱିତ କରିବା ପାଇଁ ଏବଂ ମାଁ ପାଟଣେଶ୍ୱରୀ ମନ୍ଦିରର ଗମ୍ଭିରାଘର, ପରଭା ରୂପା କିମ୍ବା ପିତ୍ତଳ ଛାଉଣିି ଲଗାଇବା ପାଇଁ ଦାବି । ୧୫୦ ବର୍ଷ ପୁର୍ତ୍ତି ଅବସରରେ ପାଟଣା ରାଜ୍ୟର ଇଷ୍ଟଦେବୀ ମାଁ ପାଟଣେଶ୍ୱରୀ ମନ୍ଦିରକୁ ପର୍ଯ୍ୟଟନ ମାନ୍ୟତା ଦାବି, ପାଟଣେଶ୍ୱରୀ ମହୋତ୍ସବ ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ପଠାଇବା ପାଇଁ ଦାବି ଜଣାଇଥିଲେ । କମିଟିର ସଭାପତି ଜୟକୃଷ୍ଣ ମିଶ୍ର, ପ୍ରଶାନ୍ତ ମହାକୁର ଆଗାମୀ ଦିନରେ ମହୋତ୍ସବ ପାଇଁ ବିଭିନ୍ନ ଯୋଜନା ଓ ବଲାଙ୍ଗିର ର ବୁଦ୍ଧିଜିବିଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ହେବ । ରାଜ୍ୟର ମହାମହିମ ରାଜ୍ୟପାଳ ଏବଂ ରାଜ୍ୟର ବିଭିନ୍ନ ନେତା ମନ୍ତ୍ରୀଗଣ ଉତ୍ସବରେ ନିମନ୍ତ୍ରିତ କରାଯିବ ବୋଲି ଏହି ଅବସରରେ କମିଟି ନିଷ୍ପତ୍ତି ଅନୁଯାୟୀ ଏକ ପ୍ରେସ ବିବୃତ୍ତିରେ ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ