ତ୍ରିଦିବସୀୟ “ ରିସର୍ଚ୍ଚ ମେଥୋଡୋଲୋଜି” ଜାତୀୟ କର୍ମଶାଳା ଆୟୋଜିତ
ତ୍ରିଦିବସୀୟ ଜାତୀୟ କର୍ମଶାଳା ଆୟୋଜିତ
ତ୍ରିଦିବସୀୟ “ ରିସର୍ଚ୍ଚ ମେଥୋଡୋଲୋଜି” ଜାତୀୟ କର୍ମଶାଳା ଆୟୋଜିତ


ତ୍ରିଦିବସୀୟ “ ରିସର୍ଚ୍ଚ ମେଥୋଡୋଲୋଜି” ଜାତୀୟ କର୍ମଶାଳା ଆୟୋଜିତ


ବଲାଙ୍ଗିର, 9 ନଭେମ୍ବର (ହି.ସ.) ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ, ବଲାଙ୍ଗିରର ଶିକ୍ଷକ ଶିକ୍ଷା ବିଭାଗ ଦ୍ଵାରା ଗତ ତା ୬ ରୁ ୮ ରିଖ ପର୍ଯ୍ୟନ୍ତ ତିନିଦିନିଆ “ ରିସର୍ଚ୍ଚ ମେଥୋଡୋଲୋଜି” ଜାତୀୟ କର୍ମଶାଳା ଆୟୋଜିତ ହୋଇ ଯାଇଅଛି। ଏହି କାର୍ଯ୍ୟକ୍ରମର ଉଦଘାଟନୀ ଅଧିବେଶନରେ ବିଶ୍ଵବିଦ୍ୟାଳୟର କୁଳପତି ଡ.ପ୍ରଦୀପ୍ତ କୁମାର ବେହେରା, ସ୍ନାତକୋତ୍ତର ପରିଷଦର ଅଧକ୍ଷ ଡ.ପ୍ରତାପ କୁମାର ଦାଶ, କୁଳସଚିବ ହରପ୍ରସାଦ ଭୋଇ, ଅତିଥି ଭାବରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମର ଆରମ୍ଭରେ ଅଧ୍ୟାପିକା ସସ୍ମିତା ରାଉତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ।

ଏହି କର୍ମଶାଳାଟି ଡ.ମନୋଜ କୁମାର ନାଗଙ୍କ ସଂଚାଳକରେ ଏବଂ କେ ସନ୍ତୋଷ କୁମାର ରାଓଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିଲା। କର୍ମଶାଳାରେ ବିଷୟ ବିଶେଷଜ୍ଞ ଭାବରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ସମ୍ବଲପୁରର ଶିକ୍ଷା ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର ଡ. ପାର୍ଥ ସାରଥି ମଲ୍ଲିକ, ଲକ୍ଷ୍ନୌ ବିଶ୍ଵବିଦ୍ୟାଳୟର ସହଯୋଗୀ ପ୍ରଫେସର ଡ. ଶୈଳେଶ କୌଶଳ ଏବଂ ନିଏପା, ନୂଆଦିଲ୍ଲୀର ବରିଷ୍ଠ ଗବେଷକ ଶ୍ରୀ ପବିତ୍ର ସାହା ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ। ଗବେଷଣାର ରୂପରେଖ, ତଥ୍ୟ ବିଶ୍ଳେଷଣ ଓ ଏସ୍ ପିଏସ୍ଏସ୍ ଓ ଏଏମ୍ଓଏସ୍ ସଫ୍ଟୱେର ବ୍ୟବହାର ବିଷୟରେ ଗଭୀର ଆଲୋଚନା କରିବା ସହିତ ସୂଚନା ପ୍ରଦାନ କରିଥିଲେ। ଉଚ୍ଚ ଶିକ୍ଷାର୍ଥୀ ଓ ଗବେଷକମାନଙ୍କ ମଧ୍ୟରେ ଗବେଷଣା ସମ୍ପର୍କିତ ଦକ୍ଷତା ବୃଦ୍ଧି କରିବା ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

କର୍ମଶାଳାରେ ବି.ଇ.ଡି ଓ ଏମ୍.ଇ.ଡି ଶିକ୍ଷାର୍ଥୀ,ଗବେଷକ, ଗବେଷିକା, ଅଧ୍ୟାପକ ଓ ଅଧ୍ୟାପିକାମାନେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ।

ତିନି ଦିନ ଧରି ଚାଲିଥିବା ଏହି ଶିକ୍ଷାତ୍ମକ କାର୍ଯ୍ୟକ୍ରମର ଶେଷ ଅଧିବେଶନରେ ଅଧ୍ୟାପକ ରାଣାପ୍ରତାପ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande