
ଧର୍ମଶାଳା,୯ନଭେମ୍ୱର(ହି.ସ.) - ରାଜ୍ୟ ସରକାର ଓ ପୋଲିସ ମହାନିର୍ଦ୍ଦେଶକଙ୍କ ପରାମର୍ଶ କ୍ରମେ ସାଇବର କ୍ରାଇମ୍ ସଚେତନତା ଶିବିର ଅନୁଷ୍ଠିତ ହେଉଛି । ଏହି କ୍ରମରେ ଯାଜପୁର ଜିଲାରେ ସମସ୍ତ ଥାନା ପକ୍ଷରୁ ସାଇବର ଠକେଇ ନେଇ ସଚେତନ କାର୍ଯ୍ୟକ୍ରମ ଚାଲୁ ରହିଛି । ଏପେଟ ସାଇବର ଠକେଇ ସଚେତନା କାର୍ଯ୍ୟକ୍ରମ ଚାଲୁ ରହିଥିବା ବେଳେ ଛତିଶଗଡ ପୋଲିସ ପକ୍ଷରୁ ଆଜି ଭୋର ସମୟରେ ଜଣେ ସାଇବର ଲୁଟେରାଙ୍କୁ ଗିରଫ କରାଯାଇଛି । ସାଇବର ଲୁଟେରା ଜଣକ ହେଲେ ଯାଜପୁର ଜିଲା ବ୍ରହ୍ମବରଦା ଥାନା ଅନ୍ତର୍ଗତ ବନ୍ଧଡିହ ପଂଚାୟତସ୍ଥ ଜୟସୁଙ୍ଗୁଡା ଗ୍ରାମର ଗଗନ ବିହାରୀ ରାଉତଙ୍କ ପୁଅ ଗୌରବ ୨୧ ବୋଲି ଜଣାପଡିଛି । ଛତିଶଗଡ ପୋଲିସ ବ୍ରହ୍ମବରଦା ପୋଲିସ ସହାୟତାରେ ଏହି ଚଢାଉ କରି ଗୌରବ ଯାତ୍ରା ଦେଖି ଘରକୁ ଫେରୁ ଥିବା ସମୟରେ ବନ୍ଧଡିହ ଛକରୁ ତାକୁ ଗିରଫ କରାଯାଇଥିଲା । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ଗୌରବକୁ ଗିରଫ କରାଯିବା ସହିତ ନିଜସ୍ୱ ୩ଟି ବ୍ୟାଙ୍କ ଚଳନ୍ତି ଖାତା ଓ ବାପା ମାଆଙ୍କ ବ୍ୟାଙ୍କ ଚଳନ୍ତି ଖାତାକୁ ଜବତ କରାଯାଇଛି ବେଳେ ଛତିଶଗଡ ପୋଲିସ ଗିରଫ କରି ନେଇ ଯାଇଥିବା ଜଣାପଡିଛି । ଗୌରବ ବ୍ୟାଙ୍କ ଚଳନ୍ତି ଖାତାରେ ୭୩ ଲକ୍ଷ ଟଙ୍କା ଥିବା ବେଳେ ୨୯ଗୋଟି ରାଜ୍ୟରେ ପାଖାପାଖି ୯୦କୋଟି ଟଙ୍କାର ଠକେଇ ହୋଇ ଥିବା ବେଳେ, ସେ ଓ ରାଜ୍ୟ ବାହାରେ ଥିବା ତାର ଅନ୍ୟ ସହଯୋଗୀ ରହି ଥିବା ପୋଲିସ ଜାଣିବାକୁ ପାଇଥିଲା । ତେବେ ଗୌରବ ନିଜ ଗାଁ ଜୟସୁଙ୍ଗୁଡା ଗ୍ରାମରେ ଥିବା ଜାଣିବାକୁ ପାଇ ଛତିଶଗଡ ପୋଲିସ ଏହି ଚଢାଉ କରିଥିଲା ।
ମିଳିଥିବା ସୂଚନା ମୁତାବକ,ବ୍ରହ୍ମବରଦା ଥାନା ବନ୍ଧଡିହ ପଂଚାୟତସ୍ଥ ଜୟସୁଙ୍ଗୁଡା ଗ୍ରାମର ଗଗନ ବିହାରୀ ରାଉତଙ୍କ ୨୧ ବର୍ଷୀୟ ପୁଅ ଗୌରବ ଗଲା କିଛି ଦିନ ହେବ ତାର ସହଯୋଗୀଙ୍କ ମାଧ୍ୟମରେ ୨୯ ଗୋଟି ରାଜ୍ୟରେ କଳା ସାମ୍ରାଜ୍ୟ ବିସ୍ତାର କରି ଆସୁଥିଲା । ବିଭିନ୍ନ ଉପାୟରେ ଲୋକମାନଙ୍କୁ ଆଳ ଦେଖାଇ ଠକେଇ କରି କୋଟି କୋଟି ଟଙ୍କା ଲୁଟି ଚାଲି ଥିଲେ । ତେବେ ସାଇବର ଠକେଇରେ ଶିକାର ହୋଇଥିବା ଜନସାଧାରଣ ଏନେଇ ସାଇବର ଥାନାରେ ଅଭିଯୋଗ କରିଥିଲେ । ସାଇବର ଲୁଟେରାଙ୍କ ମୋବାଇଲ ନମ୍ବରକୁ ଟ୍ରାକିଂ କରାଯାଇଥିଲା । ଏହି ନମ୍ବର ଭିତରେ ଗୌରବଙ୍କ ନାମ ଥିବା ଜଣାପଡିବା ପରେ ଛତିଶଗଡ ପୋଲିସ ଶନିବାର ବିଳମ୍ବିତ ରାତିରେ ବ୍ରହ୍ମବରଦା ଥାନାରେ ପଂହଚି ଥିଲେ । ବ୍ରହ୍ମବରଦା ଥାନା ଅଧିକାରିଣୀ ଜୟନ୍ତୀ ମଲ୍ଲିକ ଓ ଏସ୍ଆଇ ସୁଶାନ୍ତ କୁମାର ସେଠୀଙ୍କ ସହଯୋଗରେ ଜୟସୁଙ୍ଗୁଡା ଗ୍ରାମରେ ଚଢାଉ କରିଥିଲେ । ତେବେ ଗୌରବ ରାତିରେ ଯାତ୍ରା ଦେଖି ଘରକୁ ଫେରିବା ସମୟରେ ବନ୍ଧହିହ ଛକରେ ପୋଲିସ ତାକୁ ମାଡି ବସିଥିଲା । ପରେ ଗୌରବଙ୍କ ଘରକୁ ଯାଇ ନିଜର ୩ଟି ବ୍ୟାଙ୍କ ଚଳନ୍ତି ଖାତା ଓ ପରିବାରର ସମସ୍ତ ବ୍ୟାଙ୍କ ଚଳନ୍ତି ଖାତାକୁ ଜବତ କରିଥିବା ଜଣାପଡିଛି । ତେବେ ଏହି ଘଟଣାରେ ଆଉ କାହାର ସମ୍ପୃକ୍ତି ଅଛି ତାହାକୁ ନେଇ ଛତିଶଗଡ ପୋଲିସ ଗୁପ୍ତଭାବେ ଖୋଳ ତାଡ କରୁଛି । ତେବେ ଗୌରବର ଏଭଳି କଳା କରାନାମା ଘଟଣାକୁ ନେଇ ଅଂଚଳରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ