ମଣିପୁରରେ ବିପୁଳ ଅସ୍ତ୍ରଶସ୍ତ୍ର ଜବତ, ଉଗ୍ରବାଦୀ କ୍ୟାଡର ଓ ଡ୍ରଗ୍ସ ଚୋରା ଚାଲାଣକାରୀ ଗିରଫ
ଇମ୍ଫାଲ, ୧୪ ଡିସେମ୍ବର (ହି.ସ.)- ଗତ ୨୪ ଘଂଟା ମଧ୍ୟରେ, ସୁରକ୍ଷା ବାହିନୀ ଏବଂ ମଣିପୁର ପୋଲିସ ମଣିପୁରର ବିଭିନ୍ନ ଜିଲ୍ଲାରେ ବ୍ୟାପକ ଅଭିଯାନ ଚଳାଇଛି, ଅସ୍ତ୍ରଶସ୍ତ୍ର ଜବତ କରିଛି, ଅନେକ ଉଗ୍ରବାଦୀ ସଂଗଠନର ସକ୍ରିୟ କ୍ୟାଡରଙ୍କୁ ଗିରଫ କରିଛି ଏବଂ ଜଣେ ନିଶା ଚୋରା ଚାଲାଣକାରୀକୁ ଗିରଫ କରିଛି ।
manipur

ରବିବାର ଦିନ ଜଣେ ପୋଲିସ ମୁଖପାତ୍ର କହିଛନ୍ତି ଯେ, କାକଚିଂ ଜିଲ୍ଲାର ସୁଗନୁ ପୋଲିସ ଷ୍ଟେସନ ଅଂଚଳ ଅନ୍ତର୍ଗତ ମୋଲଟିନଚୈନ ଗ୍ରାମ ଅଂଚଳରେ ଏକ ସର୍ଚ୍ଚ ଅପରେସନ ସମୟରେ, ସୁରକ୍ଷା ବାହିନୀ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ଜବତ କରିଛି । ଉଦ୍ଧାର ସାମଗ୍ରୀ ମଧ୍ୟରେ ରହିଛି ଗୋଟିଏ ଏସଏଲଆର ବିନା ମେଗଜିନ, ସ୍ଥାନୀୟ ଭାବରେ ନିର୍ମିତ ଏକ ବୋଲ୍ଟ-ଆକ୍ସନ୍ ସ୍ନାଇପର ରାଇଫଲ୍ ଖାଲି େମେଗଜିନ ସହିତ, ଗୋଟିଏ ଡିବିବିଏଲ, ଗୋଟିଏ ଏସବିବିଏଲ, ଖାଲି ମେଗଜିନ୍ ସହିତ ଏକ ଲୋକାଲ୍ ମେଡ୍ ପିସ୍ତଲ, ଗୋଟିଏ ୩୬ ଇଂଚ ହ୍ୟାଣ୍ଡ ଗ୍ରେନେଡ ଡେଟୋନେଟର୍ ବିନା, ୭.୬୨ ଏଲଏମଜିର ଏକ ଖାଲି ମେଗଜିନ, ୩ଟି ଟ୍ୟୁବ ଲଂଚିଙ୍ଗ, ଏସଏଲଆରର ୧୫ଟି ଗୁଳି, ୫ଟି ଷ୍ଟନ ଶେଲ ଏବଂ ଗୋଟିଏ ୫୧ ମିମି ଇଂଚର ବୋମା ।

ମଣିପୁର ପୋଲିସ ବିଷ୍ଣୁପୁର ଜିଲ୍ଲାର କୁମ୍ବି ଥାନା ଅନ୍ତର୍ଗତ କୁମ୍ବି ମାୟାଇ ଲେଇକାଇ ୱାର୍ଡ ନମ୍ବର ୬ ରେ ଥିବା ବାସଭବନରୁ ନିଷିଦ୍ଧ ସଂଗଠନ ପ୍ରିପାକ (ପ୍ରୋ) ର ସକ୍ରିୟ କ୍ୟାଡର ଥାଙ୍ଗଜାମ ପ୍ରିୟୋବାର୍ତା ସିଂ ଓରଫ ୟୋକଖତପା (୩୫)କୁ ଗିରଫ କରିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ

 rajesh pande