ନାଗାଲାଣ୍ଡ ହାର୍ନିବିଲ ମହୋତ୍ସବ ଦେଶର ସାଂସ୍କୃତିକ ସମୃଦ୍ଧି ଓ ଆଦିବାସୀ ଐତିହ୍ୟର ସଶକ୍ତ ପ୍ରତୀକ- ପିଏମ ମୋଦି
ନୂଆଦିଲ୍ଲୀ, 14 ଡିସେମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିନ ନାଗାଲ୍ୟାଣ୍ଡର ହାର୍ନବିଲ୍ ମହୋତ୍ସବକୁ ଦେଶର ସାଂସ୍କୃତିକ ସମୃଦ୍ଧି ଓ ଆଦିବାସୀ ଐତିହ୍ୟର ଏକ ସଶକ୍ତ ପ୍ରତୀକ ବୋଲି କହିଛନ୍ତି। ସେ କହିଛନ୍ତି ଯେ, ଉତ୍ତର-ପୂର୍ବ ଭାରତ ହେଉଛି ନୂତନ ଓ ଆତ୍ମବିଶ
pm modi


ନୂଆଦିଲ୍ଲୀ, 14 ଡିସେମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିନ

ନାଗାଲ୍ୟାଣ୍ଡର ହାର୍ନବିଲ୍ ମହୋତ୍ସବକୁ ଦେଶର ସାଂସ୍କୃତିକ ସମୃଦ୍ଧି ଓ ଆଦିବାସୀ ଐତିହ୍ୟର ଏକ

ସଶକ୍ତ ପ୍ରତୀକ ବୋଲି କହିଛନ୍ତି। ସେ କହିଛନ୍ତି ଯେ, ଉତ୍ତର-ପୂର୍ବ ଭାରତ ହେଉଛି ନୂତନ ଓ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ

ଭାରତର ପରିଚୟ।

ପ୍ରଧାନମନ୍ତ୍ରୀ ମୋଦୀ କେନ୍ଦ୍ରୀୟ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ଏମ୍.

ସିନ୍ଧିଆଙ୍କ ଏକ ‘ଏକ୍ସ’ ପୋଷ୍ଟକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଏହି ମହୋତ୍ସବ

ମାନବୀୟ ଉତ୍ସାହ ଓ ଆଗ୍ରହର ସମ୍ପୂର୍ଣ୍ଣ ଝଲକ ପ୍ରଦର୍ଶନ କରେ ଏବଂ ଏଥିରେ ପୁରୁଣା ଓ ଆଧୁନିକ

ଜୀବନଶୈଳୀର ସୁନ୍ଦର ସମନ୍ୱୟ ଦେଖିବାକୁ ମିଳେ। ସେ କହିଛନ୍ତି ଯେ, ଉତ୍ତର-ପୂର୍ବ

ଯେତେବେଳେ ଆଗକୁ ବଢ଼ିବ ଓ ଉଜ୍ଜ୍ୱଳ ହେବ, ସେତେବେଳେ ଦେଶ ସମ୍ପୂର୍ଣ୍ଣ ଭାବେ ଉନ୍ନତି କରିପାରିବ।

ନାଗାଲ୍ୟାଣ୍ଡର ଅନନ୍ୟ ସାଂସ୍କୃତିକ ପରିଚୟକୁ ଉଲ୍ଲେଖ କରି

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ,

ଏହି ରାଜ୍ୟ କେବଳ

ମହୋତ୍ସବ ଆୟୋଜନ କରେ ନୁହେଁ,

ବରଂ ନିଜେ ଏକ

ଉତ୍ସବର ପ୍ରତୀକ। ଏହା ଦ୍ୱାରା ନାଗାଲ୍ୟାଣ୍ଡ ‘ଉତ୍ସବମାନଙ୍କର ଭୂମି’ ବୋଲି ପରିଚିତ ହେବାର

ଗୌରବ ଲାଭ କରିଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande