ପଙ୍କଜ ଚୌଧୁରୀ ବିଜେପିର ରାଜ୍ୟ ସଭାପତି ନିର୍ବାଚିତ, ସମ୍ମାନିତ ହେଲେ ସମାଜସେବୀ
ଲକ୍ଷ୍ନୌ, 14 ଡିସେମ୍ବର (ହି.ସ.)- ରବିବାର ଦିନ ଡ଼. ରାମ ମନୋହର ଲୋହିଆ ଜାତୀୟ ବିଧି ବିଶ୍ୱବିଦ୍ୟାଳୟର ଆମ୍ବେଦକର ସଭାଗୃହରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ଆର୍ଥିକ ରାଜ୍ୟମନ୍ତ୍ରୀ ପଙ୍କଜ ଚୌଧୁରୀଙ୍କୁ ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ନିର୍ବାଚିତ ଘୋଷଣା
ପଙ୍କଜ


ଲକ୍ଷ୍ନୌ, 14 ଡିସେମ୍ବର (ହି.ସ.)- ରବିବାର ଦିନ ଡ଼. ରାମ ମନୋହର ଲୋହିଆ ଜାତୀୟ ବିଧି

ବିଶ୍ୱବିଦ୍ୟାଳୟର ଆମ୍ବେଦକର ସଭାଗୃହରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ଆର୍ଥିକ

ରାଜ୍ୟମନ୍ତ୍ରୀ ପଙ୍କଜ ଚୌଧୁରୀଙ୍କୁ ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ନିର୍ବାଚିତ ଘୋଷଣା

କରାଯାଇଛି। କାର୍ଯ୍ୟକ୍ରମ ସମୟରେ କେନ୍ଦ୍ରୀୟ ନିର୍ବାଚନ ଅଧିକାରୀ ଓ କେନ୍ଦ୍ରୀୟ ମନ୍ତ୍ରୀ

ପୀୟୁଷ ଗୋୟଲ ଯେତେବେଳେ ପଙ୍କଜ ଚୌଧୁରୀଙ୍କ ନାମ ଘୋଷଣା କଲେ, ସମ୍ପୂର୍ଣ୍ଣ ସଭାଗୃହ ତାଳିରେ ଫାଟିପଡିଥିଲା ।

ଭାଜପାର ନିବୃତ୍ତମାନ ପ୍ରଦେଶ ଅଧ୍ୟକ୍ଷ ଭୂପେନ୍ଦ୍ର ଚୌଧୁରୀ ପାର୍ଟିର

ପତାକା ହସ୍ତାନ୍ତର କରିଥିଲେ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କେନ୍ଦ୍ରୀୟ

ମନ୍ତ୍ରୀ ବି.ଏଲ୍. ବର୍ମା, ଉପମୁଖ୍ୟମନ୍ତ୍ରୀ

କେଶବ ପ୍ରସାଦ ମୌର୍ଯ୍ୟ, ବ୍ରଜେଶ ପାଠକ ଏବଂ

ପାର୍ଟିର ପ୍ରଦେଶ ମହାମନ୍ତ୍ରୀ ନବନିଯୁକ୍ତ ପ୍ରଦେଶ ଅଧ୍ୟକ୍ଷଙ୍କୁ ସ୍ୱାଗତ କରିଥିଲେ।

ଏହି ଅବସରରେ ପୂର୍ବତନ ପ୍ରଦେଶ ଅଧ୍ୟକ୍ଷ ଡ଼ା. ରମାପତି ରାମ

ତ୍ରିପାଠୀ, ସୂର୍ଯ୍ୟ ପ୍ରତାପ

ଶାହୀ, ଡ଼ା.

ଲକ୍ଷ୍ମୀକାନ୍ତ ବାଜପେୟୀ, ଡ଼ା. ମହେନ୍ଦ୍ର

ନାଥ ପାଣ୍ଡେୟ, ସ୍ୱାଧୀନ୍ତ୍ରଦେବ

ସିଂହ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande