
ମସ୍କଟ, 18 ଡିସେମ୍ବର (ହି.ସ.)- ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନୋଟି ଦେଶର
ଯାତ୍ରାର ଶେଷ ପର୍ଯ୍ୟାୟରେ ଓମାନର ରାଜଧାନୀ ମସ୍କଟରେ ପହଞ୍ଚିଛନ୍ତି। ସେ ଦୁଇ ଦିନ ସେଠାରେ ରହିବେ।
ଏହି ସମୟରେ ସେ ଓମାନର ଶୀର୍ଷ ନେତୃତ୍ୱ ସହ ଆଲୋଚନା କରିବେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ
ଉପସ୍ଥିତିରେ ଆଜି ଭାରତ ଓ ଓମାନ ମଧ୍ୟରେ ମୁକ୍ତ ବ୍ୟାପାର ଚୁକ୍ତି (ଏଫଟିଏ) ଉପରେ ହସ୍ତାକ୍ଷର
ହେବ। ବୁଧବାର ମସ୍କଟ ପହଞ୍ଚିବା ସମୟରେ ହୋଟେଲରେ ଭାରତୀୟ ମୂଳର ଲୋକମାନେ ପ୍ରଧାନମନ୍ତ୍ରୀ
ମୋଦୀଙ୍କୁ ଜୋରଦାର ସ୍ୱାଗତ କରିଥିଲେ।
ମସ୍କଟ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ଔପଚାରିକ
ଏକ୍ସ ହ୍ୟାଣ୍ଡଲରେ ସେହି ସ୍ମରଣୀୟ ମୁହୂର୍ତ୍ତଗୁଡ଼ିକୁ ସେୟାର କରିଛନ୍ତି। ଉଲ୍ଲେଖନୀୟ ଯେ, ଭାରତ ଓ ଓମାନ
ମଧ୍ୟରେ ମୁକ୍ତ ବ୍ୟାପାର ଚୁକ୍ତିକୁ ଗତ ଶୁକ୍ରବାର କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳ ମଞ୍ଜୁରି
ଦେଇଥିଲା। “ବ୍ୟାପକ ଆର୍ଥିକ ସାଂଘିକତା ଚୁକ୍ତି” (ସିଇପିଏ) ଭାବେ ଆଧିକାରିକ ଭାବରେ ନାମିତ ଏହି
ଚୁକ୍ତି ପାଇଁ ଆଲୋଚନା ନଭେମ୍ବର ୨୦୨୩ରେ ଔପଚାରିକ ଭାବେ ଆରମ୍ଭ ହୋଇଥିଲା। ଏହି ବର୍ଷ ଶେଷ
ଆଲୋଚନା ସମ୍ପନ୍ନ ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀ ଓମାନର ସୁଲତାନ ତାରିକଙ୍କ ସହ ଆଲୋଚନା କରିବେ।
ସେ ପ୍ରବାସୀ ଭାରତୀୟମାନଙ୍କ ଏକ ସଭାକୁ ମଧ୍ୟ ସମ୍ବୋଧନ କରିବେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା