ଲୋକ ମହୋତ୍ସବ ୨୦୨୫ରେ ଉପଖଣ୍ଡସ୍ତରୀୟ ଆଲୋଚନାଚକ୍ର
ସମ୍ବଲପୁର, ୨୬, ଡିସେମ୍ବର (ହି.ସ.) - ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ କୁଚିଣ୍ଡା ମହାବିଦ୍ୟାଳୟ ସଭାଗୃହରେ ସମ୍ବଲପୁର ଲୋକ ମହୋତ୍ସବ ୨୦୨୫ର ଉପଖଣ୍ଡସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ସଂସ୍କୃତିବିତ୍ ସୁରଥ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ''ପଶ୍ଚିମ ଓଡିଶାର ଯାନିଯାତ୍ରା'' ଶୀର୍ଷକ
ଲୋକ ମହୋତ୍ସବ ୨୦୨୬ରେ ଉପଖଣ୍ଡସ୍ତରୀୟ ଆଲୋଚନାଚକ୍ର


ଲୋକ ମହୋତ୍ସବ ୨୦୨୬ରେ ଉପଖଣ୍ଡସ୍ତରୀୟ ଆଲୋଚନାଚକ୍ର


ଲୋକ ମହୋତ୍ସବ ୨୦୨୬ରେ ଉପଖଣ୍ଡସ୍ତରୀୟ ଆଲୋଚନାଚକ୍ର


ଲୋକ ମହୋତ୍ସବ ୨୦୨୬ରେ ଉପଖଣ୍ଡସ୍ତରୀୟ ଆଲୋଚନାଚକ୍ର


ସମ୍ବଲପୁର, ୨୬, ଡିସେମ୍ବର (ହି.ସ.) - ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ କୁଚିଣ୍ଡା ମହାବିଦ୍ୟାଳୟ ସଭାଗୃହରେ ସମ୍ବଲପୁର ଲୋକ ମହୋତ୍ସବ ୨୦୨୫ର ଉପଖଣ୍ଡସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ସଂସ୍କୃତିବିତ୍ ସୁରଥ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ 'ପଶ୍ଚିମ ଓଡିଶାର ଯାନିଯାତ୍ରା' ଶୀର୍ଷକ ଆଲୋଚନା ହୋଇଥିଲା । ଏଥିରେ ଆଲୋଚକ ଭାବେ ଲୋକସଂସ୍କୃତି ଗବେଷକ ଡ. ସିଦ୍ଧାର୍ଥ ପଣ୍ଡା ପଶ୍ଚିମ ଓଡିଶାରେ ପ୍ରଚଳିତ ଯାନିଯାତ୍ରା ଗୁଡିକର ବର୍ଗୀକରଣ କରି ସଂକ୍ଷିପ୍ତ ଭାବେ ସେ ଗୁଡିକର ଦୃଷ୍ଟାନ୍ତ ସହ ଉପସ୍ଥାପନ କରିଥିଲେ। ଡ. ଭରତ ଭୂଷଣ ନନ୍ଦ ଯୋଗଦେଇ ଚଉରାଶି କୋଷ ବାମଣ୍ଡାର ଐତିହ୍ୟ ତଥା ଏହି ଅଂଚଳରେ ପ୍ରଚଳିତ ବିଭିନ୍ନ ଯାତ୍ରା ତଥା ସେଗୁଡିକର ପ୍ରାଚୀନ ଅର୍ବାଚୀନ ରୂପ ପ୍ରଚାର ପ୍ରସାର ଆଦି ଉପରେ ଆଲୋଚନା କରିଥିଲେ। ମୁଖ୍ୟ ଅତିଥି ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, କୁଚିଣ୍ଡା ଅଂଚଳର ବାଣୀବୁତଲ, ଢାପଗୁନି ଆଦି ଲୋକକଳା ଓ ଯାତ୍ରାଦିର ବୈଶିଷ୍ଟ୍ୟ ଅଦ୍ୟାପି ଉଚିତ ଭାବରେ ପ୍ରସାରିତ ହୋଇ ପାରିନାହିଁ। ଏଭଳି ଉପଖଣ୍ଡ ସ୍ତରୀୟ କାର୍ଯ୍ୟକ୍ରମ ଦ୍ୱାରା ପ୍ରଶାସନ ପକ୍ଷରୁ ବର୍ତମାନ ଏକ ନୂତନ ସୁଯୋଗ ସୃଷ୍ଟି ହୋଇପାରିଛି। ଆଲୋଚନାଚକ୍ର ଉପ ସମିତିର ଆବାହକ ପ୍ରଦୀପ କୁମାର ପଣ୍ଡା ପ୍ରାରମ୍ଭିକ ସୂଚନା ତଥା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସଦସ୍ୟ ମଳୟ ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ। ବିଭୂତି କଲ୍ୟାଣ ପଟେଲ, ଓମ୍ ପଟେଲ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ । ଆୟୋଜନ ସମିତି ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ସୂର୍ଯ୍ୟ ପାଣିଗ୍ରାହୀ ସମ୍ବଲପୁର ଲୋକ ମହୋତ୍ସବର ଆୟମାରମ୍ଭ ଓ ଏହାର ଉଦ୍ଦେଶ୍ୟ ଉପରେ ବିଶ୍ଲେଷଣ କରିଥିଲେ। କୁଚିଣ୍ଡା ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଆଲୋକ ପଟେଲ, ଉପସମିତି ସଦସ୍ୟ ପ୍ରଶାନ୍ତ ମାଝୀ ପ୍ରମୁଖ କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande