ସୀତାକୁଣ୍ଡରେ ବୁଡି ୨ ପର୍ଯ୍ୟଟକ ମୃତ
ବାରିପଦା, ୨୬ ଡିସେମ୍ବର (ହି.ସ.)- ମୟୂରଭଞ୍ଜ ଜିଲ୍ଲାର ଶାମାଖୁଂଟା ବ୍ଲକରେ ଥିବା ପର୍ଯ୍ୟଟନ ସ୍ଥଳୀ ସୀତାକୁଣ୍ଡକୁ ବୁଲିବାକୁ ଆସି ଆଜି ପୂର୍ବାହ୍ନରେ ସୀତାକୁଣ୍ଡରେ ଗାଧୋଉଥିବା ବେଳେ ଗଭୀର ପାଣିରେ ବୁଡି ଦୁଇ ଜଣ ପର୍ଯ୍ୟଟକ ନିଖୋଜ ହୋଇଯାଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଖୋ
ସୀତାକୁଣ୍ଡରେ ବୁଡି ପର୍ଯ୍ୟଟକ ମୃତ-୨


ସୀତାକୁଣ୍ଡରେ ବୁଡି ପର୍ଯ୍ୟଟକ ମୃତ


ବାରିପଦା, ୨୬ ଡିସେମ୍ବର (ହି.ସ.)- ମୟୂରଭଞ୍ଜ ଜିଲ୍ଲାର ଶାମାଖୁଂଟା ବ୍ଲକରେ ଥିବା ପର୍ଯ୍ୟଟନ ସ୍ଥଳୀ ସୀତାକୁଣ୍ଡକୁ ବୁଲିବାକୁ ଆସି ଆଜି ପୂର୍ବାହ୍ନରେ ସୀତାକୁଣ୍ଡରେ ଗାଧୋଉଥିବା ବେଳେ ଗଭୀର ପାଣିରେ ବୁଡି ଦୁଇ ଜଣ ପର୍ଯ୍ୟଟକ ନିଖୋଜ ହୋଇଯାଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଖୋଜ ଦୁଇ ଜଣ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି । ମୃତକ ୨ ଜଣ ହେଉଛନ୍ତି ଭଦ୍ରକ ଥାନା ଅନ୍ତର୍ଗତ ଅନ୍ଧେଇପଲ୍ଲୀ ଗ୍ରାମର ୨୩ ବର୍ଷିୟ ସତ୍ୟବ୍ରତ ନାଏକ ଓ ୧୮ ବର୍ଷିୟ ଅଭିଷେକ ନାଏକ । ବାରିପଦା ସଦର ଥାନା ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବାରିପଦା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ, ପର୍ଯ୍ୟଟନ ସ୍ଥଳ ସୀତାକୁଣ୍ଡର ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖିବା ନିମନ୍ତେ ବନ ବିଭାଗର ସହମତି କ୍ରମେ ଏକ କମିଟି ଗଠନ କରାଯାଇ ପ୍ରତି ଯାନବାହାନ ପିଛା ୧୦ ରୁ ୨୦ ଟଙ୍କା ଆଦାୟ କରାଯାଉଛି । କିନ୍ତୁ, ପ୍ରତ୍ୟେକ ବର୍ଷ ସୀତାକୁଣ୍ଡକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ମାନଙ୍କ ମଧ୍ୟରୁ ପାଣିରେ ବୁଡ଼ି ଏକାଧିକ ଜୀବନ ହରାଉଥିବା ବେଳେ ସେମାନଙ୍କୁ ଉଦ୍ଧାର କରିବା ନିମନ୍ତେ କୌଣସି ବ୍ୟବସ୍ଥା ବା ଯୋଜନା ନାହିଁ । ତେଣୁ ବନ ବିଭାଗ ଏ ଦିଗରେ ଯତ୍ନବାନ ହେଲେ ବହୁ ମୂଲ୍ୟବାନ ଜୀବନ ସୁରକ୍ଷିତ ରହିପାରନ୍ତା ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande