
ଗଂଜାମ, 27 ଡିସେମ୍ବର (ହି.ସ.)
ଗଂଜାମ ଜିଲାରେ ବିଭିନ୍ନ କାର୍ଯ୍ୟାଳୟକୁ ଉଚ୍ଚ ଅଧିକାରୀ ଓ ବଡବାବୁଙ୍କୁ ଭେଟିବାକୁ ଗଲାବେଳେ ତଳସ୍ତର କର୍ମଚାରୀ ଲୋକ ମାନେ ନବବର୍ଷରେ ଫୁଲ ତୋଡା ସହ ମିଠା ପୁଡିଆ ଦେଇ ମନ ଖୁସି କରାଇ ଆସିବା ପରମ୍ପରା ଥିଲା। କିଛି ସାମ୍ବାଦିକ ମଧ୍ୟ ବିଭିନ୍ନ ଅଫିସ୍ କୁ ଯାଇ ଅଫିସର ମାନଙ୍କୁ ଶୁଭେଚ୍ଛା ଜଣାଇ ପାଟି ମିଠା କରିବା ସହ ଅଫିସର ମାନଙ୍କ ଠାରୁ ଉପହାର ନେଇ ଖୁସିରେ ଘରକୁ ଫେରୁଥିଲେ । ଏହି ଘଟଣା ଶେରଗଡ ବ୍ଳକ ଅଂଚଳରେ ବହୁଳଭାବେ ପ୍ରଚଳିତ ଥିଲା। ଚଳିତବର୍ଷ ଗଂଜାମ ଜିଲାପାଳ ଏହା ଉପରେ ରୋକ ଲଗାଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ