ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଫରେଷ୍ଟର ନିରଂଜନ ଶତପଥୀ ଗିରଫ
ଭୁବନେଶ୍ୱର, 27 ଡିସେମ୍ବର (ହି.ସ.)- ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଫରେଷ୍ଟର ନିରଂଜନ ଶତପଥୀ ଗିରଫ ।ଓଡ଼ିଶା ଭିଜିଲାନ୍ସ କୋରାପୁଟ ବନ ଡିଭିଜନ ଅନ୍ତର୍ଗତ ସେମିଲିଗୁଡା ବନାଞ୍ଚଳରେ ପଦସ୍ଥ ବନରକ୍ଷୀ (ଫରେଷ୍ଟର) ଶ୍ରୀ ନିରଞ୍ଜନ ଶତପଥୀଙ୍କୁ ଆୟ ବହିର୍ଭୁ
ନିରଂଜନ ଶତପଥୀ


ଭୁବନେଶ୍ୱର, 27 ଡିସେମ୍ବର (ହି.ସ.)- ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଫରେଷ୍ଟର

ନିରଂଜନ ଶତପଥୀ ଗିରଫ ।ଓଡ଼ିଶା ଭିଜିଲାନ୍ସ

କୋରାପୁଟ ବନ ଡିଭିଜନ ଅନ୍ତର୍ଗତ ସେମିଲିଗୁଡା ବନାଞ୍ଚଳରେ ପଦସ୍ଥ ବନରକ୍ଷୀ (ଫରେଷ୍ଟର) ଶ୍ରୀ

ନିରଞ୍ଜନ ଶତପଥୀଙ୍କୁ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିବା (ଡିଏ) ମାମଲାରେ ଗିରଫ କରିଛି।

ତାଙ୍କୁ ଆଜି ବିଶେଷ ନ୍ୟାୟାଧୀଶ, ଭିଜିଲାନ୍ସ, ଭୁବନେଶ୍ୱର ଅଦାଳତରେ ହାଜର କରାଯିବ। ଏହି ସୂଚନା

ଭିଜିଲାନ୍ସ ବିଭାଗ ପକ୍ଷରୁ ଜାରି ହୋଇଥିବା ଏକ ପ୍ରେସ ବିଜ୍ଞପ୍ତିରେ ଦିଆଯାଇଛି।

ଭିଜିଲାନ୍ସ ଅଧିକାରୀମାନଙ୍କ ଦ୍ୱାରା ଅଭିଯୁକ୍ତ ସହ ସମ୍ପୃକ୍ତ ବିଭିନ୍ନ

ଠିକଣାରେ କରାଯାଇଥିବା ତଲାସୀ ସମୟରେ, ଶ୍ରୀ ଶତପଥୀଙ୍କ ପାଖରେ ତାଙ୍କର ଜଣାଶୁଣା ଆୟ

ସ୍ରୋତଠାରୁ ଅନେକ ଗୁଣା ଅଧିକ ସମ୍ପତ୍ତି ଥିବା ଅଭିଯୋଗ ଆସିଛି, ଯାହା ସମ୍ପର୍କରେ

ସେ ସନ୍ତୋଷଜନକ ସ୍ପଷ୍ଟିକରଣ ଦେଇପାରିନଥିଲେ।

ଭିଜିଲାନ୍ସ ସୂତ୍ର ଅନୁସାରେ, ଜବତ ସମ୍ପତ୍ତି ମଧ୍ୟରେ ଭୁବନେଶ୍ୱରରେ ଦୁଇଟି ବହୁମହଲା

ଆଲିସାନ ଭବନ, କୋରାପୁଟରେ ଗୋଟିଏ

ବହୁମହଲା ଭବନ, ସାତଟି ଉଚ୍ଚ

ମୂଲ୍ୟର ଭୂଖଣ୍ଡ, ପ୍ରାୟ ଗୋଟିଏ

କିଲୋଗ୍ରାମ ସୁନା,

୬୬.୪୨ ଲକ୍ଷ ଟଙ୍କାର ଜମା ରାଶି, ୯.୨୮ ଲକ୍ଷ ଟଙ୍କା ନଗଦ, ଗୋଟିଏ ଚାରିଚକିଆ

ଯାନ ସହିତ ଅନ୍ୟାନ୍ୟ ସାମଗ୍ରୀ ସାମିଲ ଅଛି।

ଏହି ସଂପର୍କରେ ଭୁବନେଶ୍ୱର ଭିଜିଲାନ୍ସ ଥାନା କାଣ୍ଡ ସଂଖ୍ୟା

୩୧/୨୦୨୫ ରୁଜୁ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande