
ଭୁବନେଶ୍ୱର, 31 ଡିସେମ୍ବର (ହି.ସ.) କେନ୍ଦ୍ର କ୍ୟାବିନେଟ ଦ୍ୱାରା ପ୍ରାୟ ୧୫୨୬ କୋଟି ଟଙ୍କା ବ୍ୟୟରେ ଓଡ଼ିଶାର ଏନଏଚ-୩୨୬ର ୬୮.୬୦୦ ରୁ ୩୧୧.୭୦୦ କିମି ପର୍ଯ୍ୟନ୍ତ ପ୍ରାୟ ୨୪୩ କିମି ରାସ୍ତାର ସମ୍ପ୍ରସାରଣ ଓ ସୁଦୃଢ଼ିକରଣ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ମିଳିବା ଓଡ଼ିଶାକୁ ପ୍ରଧାନମନ୍ତ୍ରୀଙ୍କ ନୂଆବର୍ଷର ଉପହାର ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ସାମାଜିକ ଗଣମାଧ୍ୟମରେ ଶ୍ରୀ ପ୍ରଧାନ କେନ୍ଦ୍ର କ୍ୟାବିନେଟର ଏହି ନିଷ୍ପତି ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ଏବଂ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ଶ୍ରୀ ନୀତିନ ଗଡକରୀଙ୍କୁ ଧନ୍ୟବାଦ ଦେଇଛନ୍ତି ।
ସେ କହିଛନ୍ତି ଯେ, ଓଡ଼ିଶା ଦେଇ ଯାଇଥିବା ଭାରତର ଦୁଇ ପ୍ରମୁଖ ଅର୍ଥନୈତିକ ସହର ରାୟପୁର-ବିଶାଖାପାଟଣାକୁ ସଂଯୋଗ କରୁଥିବା ଭାରତାମାଳା ଅର୍ଥନୈତିକ କୋରିଡରର ପ୍ରମୁଖ ଜାତୀୟ ରାଜପଥ ଏନଏଚ-୧୬(ଚେନ୍ନାଇ-କୋଲକାତା), ଏନଏଚ- ୨୬(ବୋରିଗୁମ୍ମା-ବରଗଡ଼), ଏନଏଚ-୫୯(ବହ୍ମପୁର-ଖଡିଆଳ) ସହିତ ଯୋଗାଯୋଗ କରିବ । ଏହି ପ୍ରକଳ୍ପ ଜନଜାତି ବହୁଳ ଗଜପତି ଜିଲ୍ଲାର ମୋହନା, ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ଯୋଗାଯୋଗକୁ ସୁଗମ କରିବା ସହ ଆଞ୍ଚଳିକ ଅର୍ଥନୀତିକୁ ନୂଆ ଗତି ଦେବ । ଏହି ପଦକ୍ଷେପ ଶିଳ୍ପ, ଶିକ୍ଷାନୁଷ୍ଠାନ ଏବଂ ପର୍ଯ୍ୟଟନ କେନ୍ଦ୍ରଗୁଡ଼ିକର ବିକାଶ ହେବ ଏବଂ ସ୍ଥାନୀୟ ଲୋକଙ୍କ ପାଇଁ ଅଧିକ ନିଯୁକ୍ତି ସୁଯୋଗ ମଧ୍ୟ ତିଆରି ହେବ ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ