ଯୋଗମଗ୍ନା ପୁସ୍ତକର ଶୁଭ ଉନ୍ମୋଚନ ଉତ୍ସବ
ଘଟଗାଁ, ୩୧ ଡିସେମ୍ବର( ହି.ସ ) - ପୁସ୍ତକ ପଠନରେ ମାନସିକ ଶାନ୍ତି ଅନୁଭବ ହୁଏ ଓ ଜ୍ଞାନ ଆହରଣରେ ତାହା ପ୍ରକୃଷ୍ଟ ମାଧ୍ୟମ ବୋଲି କବି ସବିତା ଦେବୀଙ୍କ ଯୋଗମଗ୍ନା ପୁସ୍ତକ ଉନ୍ମୋଚନ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ପ୍ରତିଭା ପ୍ରଣାମ ମଂଚ ତରଫରୁ ପ୍ରାଣବଲ୍ଲଭ ପବ୍ଲିକ ସ୍କୁଲ ରେ ଅନୁଷ୍ଠିତ
ଯୋଗମଗ୍ନା ପୁସ୍ତକର ଶୁଭ ଉନ୍ମୋଚନ ଉତ୍ସବ।


ଘଟଗାଁ, ୩୧ ଡିସେମ୍ବର( ହି.ସ ) - ପୁସ୍ତକ ପଠନରେ ମାନସିକ ଶାନ୍ତି ଅନୁଭବ ହୁଏ ଓ ଜ୍ଞାନ ଆହରଣରେ ତାହା ପ୍ରକୃଷ୍ଟ ମାଧ୍ୟମ ବୋଲି କବି ସବିତା ଦେବୀଙ୍କ ଯୋଗମଗ୍ନା ପୁସ୍ତକ ଉନ୍ମୋଚନ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ପ୍ରତିଭା ପ୍ରଣାମ ମଂଚ ତରଫରୁ ପ୍ରାଣବଲ୍ଲଭ ପବ୍ଲିକ ସ୍କୁଲ ରେ ଅନୁଷ୍ଠିତ ଏ ସଭାରେ ମଂଚର ଆବାହକ ରତ୍ନାକର ଦାସ ପୌରୋହିତ୍ୟ କରିଥିଲେ। ଉଦ୍ଘାଟକ ଭାବେ ଆନନ୍ଦପୁର ଉପଜିଲ୍ଲାପାଳ ନୀଳମାଧବ ସୁନା,ମୁଖ୍ୟ ଅତିଥି ଭାବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ସାହିତ୍ୟିକ ଡକ୍ଟର ରାମଚନ୍ଦ୍ର ନାୟକ,ମୁଖ୍ୟ ବକ୍ତାଭାବେ ଆନନ୍ଦପୁର ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ରମାକାନ୍ତ ନାୟକ,ସ୍ୱତନ୍ତ୍ର ଅତିଥି ଭାବେ କବି ଡ.ଅଶୋକ ପୁହାଣ ପ୍ରମୁଖ ଯୋଗଦେଇ ସାହିତ୍ୟର ବିଭିନ୍ନ ଦିଗ ସଂପର୍କିତ ଆଲୋଚନା କରିଥିଲେ। ଏ ଭବ୍ୟ ଅବସରରେ ଲେଖିକା ସବିତା ଦେବୀଙ୍କୁ ମଂଚ ପକ୍ଷରୁ ମାନପତ୍ର ଉତରୀୟ ଅର୍ପଣ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।

କବି ପୁଷ୍ପମଞ୍ଜରୀ କର ଉନ୍ମୋଚିତ ପୁସ୍ତକର ସମୀକ୍ଷା କରିଥିବା ବେଳେ ସୁଦେସ୍ନା ସାହୁ ଓ ସୋମା ଦେବୀ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ। କବି ପ୍ରଫୁଲ୍ଲ ଚକ୍ର,ବିଷ୍ଣୁ ଚରଣ ମିଶ୍ର, ନାରାୟଣ ସାହୁ, ସୁରେନ୍ଦ୍ର ନାଥ ଜେନା, ଚତୁର୍ଭୁଜ ପହୀ, ସୁଶ୍ରୀ ଅର୍ଚ୍ଚିତା ଜେନା, ଦେବସ୍ମିତା ଜେନା, ଜନନୀ ଦେହୁରୀ, ସୁଜିତ ମିଶ୍ର, କବି ନିରଞ୍ଜନ ସାହୁ,ଗୋବର୍ଦ୍ଧନ ନାୟକ ପ୍ରମୁଖ ଉନ୍ମୋଚିତ ପୁସ୍ତକର କବିତା ମାନ ଆବୃତି କରିଥିଲେ।ଲେଖିକା ସବିତା ଦେବୀ ନିଜର ଅଭିବ୍ୟକ୍ତି ବାଢିଥିବା ବେଳେ ଅମରନାଥ ଜ୍ୟୋତିର୍ମୟ ରଥ ଓ ଦେବବ୍ରତ ପଣ୍ଡା ମଂଚ ସଂଯୋଜନାରେ ସହଯୋଗ କରିଥିଲେ । ଶେଷରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ବୈଲୋଚନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande