ପୁରୀ ମହାନଗର ନିଗମ ବିଧିବଦ୍ଧ ଘୋଷଣାକୁ ପୁରୀବାସୀଙ୍କ ସ୍ୱାଗତ : ଆମ ଖବର ମହାପ୍ରଭାବ
ପୁରୀ, ୩୧ ଡିସେମ୍ବର (ହି.ସ.) - ପୁରୀ ପୌରସଂସ୍ଥା ନୂଆବର୍ଷ ୨୦୨୬ ଠାରୁ ପୁରୀ ମହାନଗର ନିଗମ ଭାବେ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଧିବଦ୍ଧ ଘୋଷଣା କରାଯାଇଛି । ଏହି ଘୋଷଣାକୁ ପୁରୀ ସହର ସମେତ ଆଖପାଖ ପଂଚାୟତ ବାସୀମାନେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକୁ ସ୍ୱାଗତ କରିଛନ୍ତି । ରାଜ୍ୟ ଗୃ
ପୁରୀ ମହାନଗର ନିଗମ ବିଧିବଦ୍ଧ ଘୋଷଣାକୁ ପୁରୀବାସୀଙ୍କ ସ୍ୱାଗତ : ଆମ ଖବର ମହାପ୍ରଭାବ


ପୁରୀ, ୩୧ ଡିସେମ୍ବର (ହି.ସ.) - ପୁରୀ ପୌରସଂସ୍ଥା ନୂଆବର୍ଷ ୨୦୨୬ ଠାରୁ ପୁରୀ ମହାନଗର ନିଗମ ଭାବେ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଧିବଦ୍ଧ ଘୋଷଣା କରାଯାଇଛି । ଏହି ଘୋଷଣାକୁ ପୁରୀ ସହର ସମେତ ଆଖପାଖ ପଂଚାୟତ ବାସୀମାନେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକୁ ସ୍ୱାଗତ କରିଛନ୍ତି । ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏ ସମ୍ପର୍କରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଏ ସମ୍ପର୍କରେ ଆମ ଖବର କାଗଜରେ ଡିସେମ୍ବର ୨୧ ତାରିଖରେ ପ୍ରକାଶ ପାଇଥିଲା ଯାହାର ଶୀର୍ଷକ ଥିଲା ପୁରୀ ମହାନଗର ନିଗମ ବିଧିବଦ୍ଧ ଘୋଷଣା ହେବ କେବେ? ଯାହାର ପ୍ରଭାବ ସରକାରଙ୍କ ଉପରେ ପଡିଥିଲା । ଓଡିଶାର ଆଧ୍ୟାତ୍ମିକ ରାଜଧାନୀ ଶ୍ରୀକ୍ଷେତ୍ର । କଳା, ସଂସ୍କୃତି, ଐତିହ୍ୟ,ପରମ୍ପରା, ଶ୍ରୀମନ୍ଦିର ଓ ସ୍ୱର୍ଣ୍ଣାଭ ବେଳାଭୂମି ପାଇଁ ପୁରୀ ପ୍ରସିଦ୍ଧ । ୪ ଜୁଲାଇ ୨୦୨୫ରେ ଓଡିଶାର ଲୋକପ୍ରିୟ ଓ ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରୀ ପୌରସଂସ୍ଥାକୁ ମହାନଗର ନିଗମ କରିବା ପାଇଁ ଘୋଷଣା କରିଥିଲେ । ମହାନଗର ନିଗମ ପାଇଁ ଲୋକସଂଖ୍ୟା ବଢାଇବା ଉଦେଶ୍ୟରେ କେତେକ ପଂଚାୟତ ଓ ଗ୍ରାମକୁ ସାମିଲ କରାଯାଇ ଡ୍ରାଫ୍ଟ ଚିଠା ପୌରସଂସ୍ଥା ଜରିଆରେ ସରକାରଙ୍କୁ ପଠାଯାଇଥିଲା । ରଥଯାତ୍ରା ସମୟରେ ଗୁଣ୍ଡିଚା ମନ୍ଦିରରେ ଲାଗିଥିବା ତିନିରଥ ସମ୍ମୁଖରେ ଦଳାଚକଟାରେ ୩ ମୃତ ପରେ ମହାନଗର ଘୋଷଣା ଜନତାଙ୍କୁ ଆଶ୍ୱସ୍ତି ଦେଇଥିଲା । ସହରବାସୀ ଚାହିଁ ଚାହିଁ ଆଖିରୁ ପାଣି ଶୁଖିଲାଣି ହେଲେ ମହାନଗରର ନିଗମ ବିଧିବଦ୍ଧ ଭାବେ ଘୋଷଣା ହୋଇପାରିନଥିଲା । ୨୦୩୬ ମସିହା ସୁଦ୍ଧା ପୁରୀକୁ ଧାର୍ମିକ ଓ ପର୍ଯ୍ୟଟନ କ୍ଷେତ୍ର ଭାବେ ବିଶ୍ୱସ୍ତରରେ ପରିଚିତ କରିବା ପାଇଁ ମହାନଗର ନିଗମ ଫଳପ୍ରଦ ହେବ । ୧୮୮୧ ମସିହା ଠାରୁ ପୁରୀ ପୌରସଂସ୍ଥା କାର୍ଯ୍ୟକରି ଆସୁଛି । ୧୪୪ ବର୍ଷ ଧରି ପୌରସଂସ୍ଥା ଭାବେ ରହିଥିବା ବେଳେ କେବେ ମହାନଗର ବିଧିବଦ୍ଧ ଘୋଷଣା ଓ କାର୍ଯ୍ୟକ୍ଷମ ହେବ ତାହାକୁ ଜନତା ଚାହିଁ ରହିଥିଲେ। ଐତିହ୍ୟ ଓ ଧାର୍ମିକ ଦୃଷ୍ଟି କୋଣରୁ ମହାନଗର ଆବଶ୍ୟକତା ରହିଛି । କିଛି ଦିନ ଏ ସମ୍ପର୍କରେ ତନାଘନା ଚାଲିବା ପରେ ଏବେ ଶୀତଳ ଧରିଥିବା ଚର୍ଚ୍ଚା ହେଉଥିଲା । ତୁରନ୍ତ ନୂଆବର୍ଷ ପୂର୍ବରୁ ପୁରୀ ମହାନଗର ନିଗମ ( ପିଏମସି ) କିମ୍ବା ଜଗନ୍ନାଥଧାମ ମହାନଗର ନିଗମ (ଜେଡିଏମସି) ଘୋଷଣା କରି ଫଳକ ପୋତିବା ପାଇଁ ସାଧାରଣରେ ଆଲୋଚନା ହେଉଥିବା ଖବର ପ୍ରକାଶ ପାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande