କ୍ରିକେଟ୍ ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ଆମ ବସ୍ ସେବା ଜାରୀ
ଭୁବନେଶ୍ୱର, ୦୬ ଡିସେମ୍ବର (ହି.ସ.) - ଡିସେମ୍ବର ୯ ତାରିଖରେ କଟକ ବାରବାଟୀ ଷ୍ଟାଡ଼ିୟମ୍ ରେ ହେବାକୁ ଯାଉଛି ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍‌। କ୍ରିକେଟ୍ ମ୍ୟାଚ୍ ପାଇଁ ଉତ୍ସାହକୁ ଲକ୍ଷ୍ୟ କରି କ୍ରୁଟ୍ ପକ୍ଷରୁ ସ୍ୱତନ୍ତ୍ର ବସ୍ ସେବା ଚଳାଚଳ ହେବ। ଏକାଧିକ ସ୍ଥାନ
କ୍ରିକେଟ୍ ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ଆମ ବସ୍ ସେବା ଜାରୀ


ଭୁବନେଶ୍ୱର, ୦୬ ଡିସେମ୍ବର (ହି.ସ.) - ଡିସେମ୍ବର ୯ ତାରିଖରେ କଟକ ବାରବାଟୀ ଷ୍ଟାଡ଼ିୟମ୍ ରେ ହେବାକୁ ଯାଉଛି ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍‌। କ୍ରିକେଟ୍ ମ୍ୟାଚ୍ ପାଇଁ ଉତ୍ସାହକୁ ଲକ୍ଷ୍ୟ କରି କ୍ରୁଟ୍ ପକ୍ଷରୁ ସ୍ୱତନ୍ତ୍ର ବସ୍ ସେବା ଚଳାଚଳ ହେବ। ଏକାଧିକ ସ୍ଥାନରୁ ଚଳାଚଳ ହେବାକୁ ଥିବା ଏହି ସଟଲ୍ ବସ୍ ସେବା ନିର୍ଦ୍ଦିଷ୍ଟ ସ୍ଥାନରୁ ଆରମ୍ଭ ହୋଇ କଟକ ବାରବାଟୀ ଷ୍ଟାଡ଼ିୟମ ଯାଏଁ ଗଡ଼ିବ। କଟକ ରେଳ ଷ୍ଟେସନରୁ ସିଏନ୍ ବିଟି ଏବଂ ବାରବାଟୀ ଷ୍ଟାଡ଼ିୟମ ଅଂଚଳରେ ଜନଗହଳିର ବାସ୍ତବ ପରିସ୍ଥିତିକୁ ଆଧାର କରି ବସ୍ ଚଳାଚଳର ବ୍ୟବସ୍ଥା ହେବ।

ମ୍ୟାଚ୍ ପୂର୍ବରୁ ଅପରାହ୍ନ ୪ଟାରେ କଟକ ରେଳ ଷ୍ଟେସନ୍ ରୁ ସଟଲ୍ ସେବା ଆରମ୍ଭ ହେବ। ମ୍ୟାଚ୍ ଶେଷ ପରେ, ଟ୍ରାଫିକ୍ ପ୍ରବାହକୁ ଧ୍ୟାନରେ ରଖି ବାରବାଟୀ ଷ୍ଟାଡିୟମ୍ ରୁ ସଟଲ୍ ବସ୍ ସେବା ଜାରୀ ରହିବ। ବାରବାଟୀ ଷ୍ଟାଡିୟମ୍ ରୁ କଟକ ରେଳଷ୍ଟେସନ୍ କୁ ଯିବା ପାଇଁ ପ୍ରାଥମିକ ସଟଲ୍ ରୁଟ୍ ହେଉଛି—ଗଡଗଡିଆ ଘାଟ, ଚହଟା ଘାଟ, ସତୀଚୌରା, ଜୁଡିସିଆଲ୍ ଏକାଡେମୀ, ସିଏନବିଟି, ବାଦାମବାଡି, ଲିଙ୍କ ରୋଡ୍ ଏବଂ ଓଏମପି ଛକ। ଏହି ରୁଟ୍ ମଧ୍ୟ ଦେଇ ବସ୍ ଗୁଡିକ ରେଳଷ୍ଟେସନ୍ ଯାଏଁ ଚଳାଚଳ ହେବ । ସଟଲ୍ ସେବାର ନିର୍ଦ୍ଧାରିତ ଭଡ଼ା ୨୦ ଟଙ୍କା ରହିବ ।

ଭୁବନେଶ୍ୱରରୁ ଯାତ୍ରା କରୁଥିବା ଦର୍ଶକମାନଙ୍କ ପାଇଁ ମ୍ୟାଚ୍ ଶେଷ ପରେ ଦୁଇଟି ଅସ୍ଥାୟୀ ସ୍ୱତନ୍ତ୍ର ରୁଟ୍ ପରିଚାଳନା ହେବ। ରୁଟ୍‌–୦୧: ବାରବାଟୀ ଷ୍ଟାଡିୟମରୁ ବିଏସଏବିଟି, ବରମୁଣ୍ଡା। ଏହା ଜୁଡିସିଆଲ୍ ଏକାଡେମୀ, ନନ୍ଦନକାନନ ଏବଂ ଜୟଦେବ ବିହାର ଦେଇ ଚଳାଚଳ ହେବ। ରୁଟ୍‌–୦୨: ବାରବାଟୀ ଷ୍ଟାଡିୟମରୁ ଭୁବନେଶ୍ୱର ରେଳଷ୍ଟେସନ୍‌। ଏହା ସିଏନବିଟି, ଲିଙ୍କ ରୋଡ୍‌, ଜାତୀୟ ରାଜପଥରେ ଚଳାଚଳ କରିବ। ଉଭୟ ରୁଟ୍ ପାଇଁ ଏକ ନିର୍ଦ୍ଧାରିତ ଫ୍ଲାଟ୍ ମୂଲ୍ୟ ୪୦ ଟଙ୍କା ରହିବ ଏବଂ ବସ୍ ଗୁଡିକ ପ୍ରତି ୨୦-ମିନିଟ୍ ଅନ୍ତରରେ ଚଳାଚଳ ହେବ।

ଏହି ସ୍ୱତନ୍ତ୍ର ସେବା ବ୍ୟତୀତ, ବର୍ତମାନ ପରିଚାଳିତ ଆମ ବସ୍ ରୁଟ୍‌?ଗୁଡିକ ମଧ୍ୟ ଭୁବନେଶ୍ୱର ଏବଂ କଟକ ମଧ୍ୟରେ ପୂର୍ବଭଳି ଚାଲୁ ରହିବ। ଏହି ରୁଟ୍ ଗୁଡିକ ସିଏନବିଟି, ଜୁଡିସିଆଲ୍ ଏକାଡେମୀ, ବାରବାଟୀ ଷ୍ଟାଡିୟମ ଏବଂ କଟକ ରେଳଷ୍ଟେସନ ଭଳି ପ୍ରମୁଖ ସ୍ଥାନଗୁଡିକରେ ସହଜରେ ପହଞ୍ଚି ହେବ। ରୁଟ୍ ୧୦: ମନୁ ବିଶ୍ୱବିଦ୍ୟାଳୟ- ଭୁବନେଶ୍ୱର ବିମାନବନ୍ଦର, ରୁଟ୍ ୧୫: ସିଏନବିଟି - ଉତ୍କଳ ହସ୍ପିଟାଲ, ରୁଟ୍ ୧୬: ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ - ଭୁବନେଶ୍ୱର ରେଳଷ୍ଟେସନ, ରୁଟ୍ ୧୭: ବାରବାଟୀ ଷ୍ଟାଡିୟମ - ଭୁବନେଶ୍ୱର ବିମାନବନ୍ଦର, ରୁଟ୍ ୧୮: ଜଗତପୁର - ବିଏସଏବିଟି, ବରମୁଣ୍ଡା, ରୁଟ୍ ୧୯: ମହାନଦୀ ବିହାର- ଏମ୍ସ, ରୁଟ୍ ୮୨: ଏସିବି ମେଡିକାଲ- ଭୁବନେଶ୍ୱର ବିମାନବନ୍ଦର ରୁଟ୍ ଗୁଡ଼ିକରେ ମଧ୍ୟ ଦୈନନ୍ଦିନ ଭଳି ଯାତ୍ରୀମାନଙ୍କୁ ଯାତାୟାତ ସେବା ଜାରୀ ରହିବ ।

କଟକ ଜିଲ୍ଲା ମଧ୍ୟରେ ସଂଯୋଗ ସୁବିଧା ପ୍ରଦାନ କରିବା ପାଇଁ, ରୁଟ୍ ୮୧ (ବାରବାଟୀ ଷ୍ଟାଡିୟମ୍‌?ରୁ ସାଲେପୁର), ରୁଟ୍ ୮୬ (ଚହଟା ଘାଟରୁ କଟକ ରେଳଷ୍ଟେସନ୍‌), ଏବଂ ରୁଟ୍ ୮୮- ଜାତୀୟ ଆଇନ ବିଶ୍ୱବିଦ୍ୟାଳୟରୁ ଏସସିବି ମେଡିକାଲ୍‌, ଜୁଡିସିଆଲ୍ ଏକାଡେମୀ, ସିଏନବିଟି ଏବଂ ଦୋଳମୁଣ୍ଡାଇ ମଧ୍ୟ ଦେଇ ଚଳାଚଳ କରିବ। ରିଅଲ୍‌-ଟାଇମ୍ ସେବା ଅପଡେଟ୍ ପାଇଁ ଯାତ୍ରୀମାନଙ୍କୁ ଆମ ବସ୍ ମୋବାଇଲ୍ ଆପ୍ ଏବଂ କ୍ରୁଟ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲ୍ ଗୁଡିକୁ ଅନୁସରଣ କରିବାକୁ କ୍ରୁଟ୍ ପକ୍ଷରୁ ସୂଚନା ଜାରୀ କରାଯାଇଛି।

........,

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande