
ଭୁବନେଶ୍ୱର, 8 ଡିସେମ୍ବର (ହି.ସ.)- ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର । 2017 ରୁ 2019 ଭିତରେ 136 ଜଣ ମାଆଙ୍କ ମୃତ୍ୟୁ ହୋଇଥିଲା । ସେହିପରି 2018-20 ଭିତରେ 119 ଜଣ ମାଆଙ୍କ ଜୀବନ
ଯାଇଥିଲା । 2019 ରୁ 2021 ଭିତରେ 119, 2020 ରୁ 2022 ଭିତରେ 136 ଓ 2021-23 ରେ 153 ଜଣ ମାଆଙ୍କ ପ୍ରାଣ ଯାଇଛି । ସେପଟେ ରାଜ୍ୟରେ କମିଛି
ଶିଶୁ ମୃତ୍ୟୁ ହାର । 2019 ରେ 43, 2020 ରେ 39, 2021 ରେ 38, 2022 ରେ 37, 2023 ରେ 35 ଜଣ ପାଞ୍ଚ ବର୍ଷରୁ କମ ଶିଶୁଙ୍କ ଜୀବନ ଯାଇଛି ।
ଗୃହରେ ବିଜେଡି ବିଧାୟକ ଗୌତମ ବୁଧ ଦାସଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେଇଛନ୍ତି ସ୍ୱାସ୍ଥ୍ୟ
ମନ୍ତ୍ରୀ ମୁକେଶ ମହାଲିଙ୍ଗ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା