
ଭୁବନେଶ୍ୱର, 8 ଡିସେମ୍ବର (ହି.ସ.)- ଦେଢ଼ ବର୍ଷରେ ମହିଳା ଅପରାଧକୁ ନେଇ ରୁଜୁ ହେଲାଣି 40 ହଜାର 947 ଟି କେଶ । ଜୁଲାଇ 2024 ରୁ 2025 ସେପ୍ଟେମ୍ବର ପର୍ଯ୍ୟନ୍ତ ବିଭିନ୍ନ ଅପରାଧରେ ଶିକାର
ହୋଇଛନ୍ତି ମହିଳା । ଦୁଷ୍କର୍ମରେ 3205 ଟି କେଶ,ଦୁଷ୍କର୍ମ ଉଦ୍ୟମରେ 202,ବିବାହ ପ୍ରତିଶୃତି
ଦେଇ 440 ଟି,ଶୋଷଣର ଶିକାର 9851 ଟି,ଯୌନ ନିର୍ଯ୍ୟାତନାରେ
1476,ସର୍ବସାଧାରଣରେ ଅସଦାଚରଣ 2310,ଅପହରଣ 8863,ଯୌତୁକ
ନିର୍ଯ୍ୟାତନା 5861,ଶୋଷଣ ଓ ନିର୍ଯ୍ୟାତନା 6773,ଯୌତୁକ ଆତ୍ମହତ୍ୟା 49 ଏହିଭଳି ମହିଳା ଅପରାଧ ଜନିତ ମାମଲା ରୁଜୁ ହୋଇଛି ।
ଏନେଇ ଗୃହରେ ମୁଖ୍ୟମନ୍ତ୍ରୀ ଲିଖିତ ଉତ୍ତର ରଖିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା