ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ନାମରେ 'ଜାତୀୟ ଗ୍ରାମୀଣ ବିକାଶ ଏବଂ ମନୋରଞ୍ଜନ ମିଶନ'ର ନକଲି ନିଯୁକ୍ତି ଅଭିଯାନ
ନୂଆଦିଲ୍ଲୀ, ୧୭ ଫେବୃଆରୀ (ହି.ସ.)- ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ, ମନ୍ତ୍ରଣାଳୟ ନାମରେ ଏକ ସଂଗଠନ ଦ୍ୱାରା ପ୍ରସାରିତ ହେଉଥିବା ଠକେଇ ନିଯୁକ୍ତି ବିଜ୍ଞାପନ ପ୍ରତି ସାଧାରଣ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି। ଜଣେ ସରକାରୀ ମୁଖପାତ୍ର କହିଛନ୍ତି ଯେ ଏହି ବିଜ୍ଞାପନଗୁଡ଼ିକରେ, ଜାତୀୟ ଗ୍ରାମ
ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ନାମରେ 'ଜାତୀୟ ଗ୍ରାମୀଣ ବିକାଶ ଏବଂ ମନୋରଞ୍ଜନ ମିଶନ'ର ନକଲି ନିଯୁକ୍ତି ଅଭିଯାନ


ନୂଆଦିଲ୍ଲୀ, ୧୭ ଫେବୃଆରୀ (ହି.ସ.)- ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ, ମନ୍ତ୍ରଣାଳୟ ନାମରେ ଏକ ସଂଗଠନ ଦ୍ୱାରା ପ୍ରସାରିତ ହେଉଥିବା ଠକେଇ ନିଯୁକ୍ତି ବିଜ୍ଞାପନ ପ୍ରତି ସାଧାରଣ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି।

ଜଣେ ସରକାରୀ ମୁଖପାତ୍ର କହିଛନ୍ତି ଯେ ଏହି ବିଜ୍ଞାପନଗୁଡ଼ିକରେ, ଜାତୀୟ ଗ୍ରାମୀଣ ବିକାଶ ଏବଂ ମନୋରଞ୍ଜନ ମିଶନ ଦାବି କରୁଛି ଯେ ଏହାର କାର୍ଯ୍ୟାଳୟ ଡକ୍ଟର ରାଜେନ୍ଦ୍ର ପ୍ରସାଦ ରୋଡ୍‌, ନୂଆଦିଲ୍ଲୀ, ୧୧୦୦୦୧ ରେ ଅଛି ଏବଂ ଏହାର ୱେବସାଇଟ୍ ଙ୍ଗଙ୍ଗଙ୍ଗ.ଦ୍ଭକ୍ସୟକ୍ସଜ୍ଞ.ମକ୍ଟଜ୍ଞ ଅଛି କିନ୍ତୁ ଏହା ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ଅଧିକାରକ୍ଷେତ୍ରରେ କାର୍ଯ୍ୟ କରେ ନାହିଁ, ଯେପରି ଦାବି କରାଯାଇଛି।

ଉପରୋକ୍ତ ପରିପ୍ରେକ୍ଷୀରେ, ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ସାଧାରଣ ଜନତାଙ୍କୁ ସତର୍କ କରାଉଛି ଯେ ଜାତୀୟ ଗ୍ରାମୀଣ ବିକାଶ ଏବଂ ମନୋରଞ୍ଜନ ମିଶନ ଦ୍ୱାରା ଏହି ମନ୍ତ୍ରଣାଳୟ କିମ୍ବା ଏହାର ଅଧିକାରୀଙ୍କ ନାମରେ କରାଯାଉଥିବା ଯେକୌଣସି ନିଯୁକ୍ତି କାର୍ଯ୍ୟକଳାପକୁ ପ୍ରତାରଣାମୂଳକ ବୋଲି ବିବେଚନା କରାଯାଇପାରେ ଏବଂ ଏହା ମନ୍ତ୍ରଣାଳୟର କୌଣସି ଅନୁମୋଦନ ନୁହେଁ। ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଏହାର ନିଯୁକ୍ତି ପ୍ରକ୍ରିୟାର କୌଣସି ପର୍ଯ୍ୟାୟରେ କୌଣସି ଫି କିମ୍ବା ଅନ୍ୟାନ୍ୟ ଦେୟ ଆଦାୟ କରେ ନାହିଁ କିମ୍ବା ଆବେଦନକାରୀଙ୍କ ବ୍ୟାଙ୍କ ଆକାଉଂଟ ବିବରଣୀ ମାଗେ ନାହିଁ। ଏହା ସହିତ, ଏହି ବିଭାଗର ନିଯୁକ୍ତି ସୂଚନା ଏହାର ସରକାରୀ ୱେବସାଇଟ୍ ଅର୍ଥାତ୍ କ୍ସଙ୍କକ୍ସବକ୍ଷ.ଶକ୍ଟଙ୍ଖ.ସଦ୍ଭ.ରେ ଉପଯୁକ୍ତ ଭାବରେ ପୋଷ୍ଟ କରାଯାଇଛି।

------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande