ଏନ୍‌ଏଚ୍‌ଆଇ ବିଭାଗର ମନମୁଖୀ ନିର୍ମାଣ କାର୍ଯ୍ୟ ଯୋଗୁଁ ପ୍ରଦୂଷଣ ଘେରରେ ଅଂଚଳବାସୀ, ବଢ଼ୁଛି ଜନ ଅସନ୍ତୋଷ
ସମ୍ବଲପୁର, ୨୩ ଫେବୃଆରୀ(ହି.ସ.) – ପ୍ରଦୂଷଣ ନିୟନ୍ତ୍ରଣକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମେତ ପରିବେଶ ମନ୍ତ୍ରାଳୟ ସ୍ୱତନ୍ତ୍ର ନିୟମ ଜାରି ରଖିଥିବାବେଳେ ସମ୍ବଲପୁର ଜିଲ୍ଲାରେ ଏହା କାର୍ଯ୍ୟ କରୁନଥିବା ଅଭିଯୋଗ ହେଉଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ଖଣି, କଳ, କରଖାନା, ମିଲ, ତଥା ପିଚୁ
ଏନ୍ଏଚ୍ଆଇ ବିଭାଗର ମନମୁଖୀ ନିର୍ମାଣ କାର୍ଯ୍ୟ ଯୋଗୁଁ ପ୍ରଦୂଷଣ ଘେରରେ ଅଞ୍ଚଳବାସୀ : ବଢୁଛି ଜନ ଅସନ୍ତୋଷ


ଏନ୍ଏଚ୍ଆଇ ବିଭାଗର ମନମୁଖୀ ନିର୍ମାଣ କାର୍ଯ୍ୟ ଯୋଗୁଁ ପ୍ରଦୂଷଣ ଘେରରେ ଅଞ୍ଚଳବାସୀ : ବଢୁଛି ଜନ ଅସନ୍ତୋଷ


ଏନ୍ଏଚ୍ଆଇ ବିଭାଗର ମନମୁଖୀ ନିର୍ମାଣ କାର୍ଯ୍ୟ ଯୋଗୁଁ ପ୍ରଦୂଷଣ ଘେରରେ ଅଞ୍ଚଳବାସୀ : ବଢୁଛି ଜନ ଅସନ୍ତୋଷ


ସମ୍ବଲପୁର, ୨୩ ଫେବୃଆରୀ(ହି.ସ.) – ପ୍ରଦୂଷଣ ନିୟନ୍ତ୍ରଣକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମେତ ପରିବେଶ ମନ୍ତ୍ରାଳୟ ସ୍ୱତନ୍ତ୍ର ନିୟମ ଜାରି ରଖିଥିବାବେଳେ ସମ୍ବଲପୁର ଜିଲ୍ଲାରେ ଏହା କାର୍ଯ୍ୟ କରୁନଥିବା ଅଭିଯୋଗ ହେଉଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ଖଣି, କଳ, କରଖାନା, ମିଲ, ତଥା ପିଚୁ ରାସ୍ତା ପାଇଁ ମେସିନ୍ ସାହାଯ୍ୟରେ ଧୂଆଁକରି ଅଂଚଳକୁ ଖୁବ୍ ପ୍ରଦୂଷଣ କରୁଥିବା ବିଭିନ୍ନ ସମୟରେ ଦେଖିବାକୁ ମିଳୁଛି। ଏହାକୁ ନେଇ ଲୋକେ ଜିଲ୍ଲା ପ୍ରଶାସନ, ବିଭାଗୀୟ ମନ୍ତ୍ରୀ ଓ ଜନଶୁଣାଣୀରେ ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। କାରଣ ପ୍ରଶାସନ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ସମସ୍ତ ଅଭିଯୋଗ ପାଣିଫାଟି ହୋଇ ଯାଉଥିବା କୁହାଯାଇଛି।

ସୂଚନା ମୁତାବକ ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ କୁଲୁଣ୍ଡି ପଂଚାୟତ କୁଲୁଣ୍ଡି ଏନ୍‌ଏଚ୍ ୫୩ରୁ ଜମନକିରା ଏନ୍‌ଏଚ୍ ୫୩କୁ ୨୭ କିଲୋମିଟର ୨୭ କୋଟିର ନୂତନ ରାସ୍ତା ନିର୍ମାଣ ଦୁଇମାସରୁ ଅଧିକ ସମୟ ଧରି ଚାଲିଛି। ଯେଉଁ ଠିକାସଂସ୍ଥା ଏହି କାର୍ଯ୍ୟ କରାଉଛି ତା’ର ଖାମଖିଆଲି ମନମୁଖୀ ତଥା ନିମ୍ନମାନର କାର୍ଯ୍ୟ ଯୋଗୁଁ ଅଂଚଳବାସୀ ବାୟୁ ପ୍ରଦୂଷଣ ଠାରୁ ଆରମ୍ଭ କରି ବିଭିନ୍ନ ଅସୁବିଧାର ଶିକାର ହେଉଛନ୍ତି। ରାସ୍ତା ତିଆରି ସମୟରେ ଠିକା ସଂସ୍ଥା ଯେଉଁ ପିଚୁ ପକାଉଛି ଥିବାବେଳେ ବିଭିନ୍ନ ସମୟରେ ପିଚୁ ଉଠିଯାଉଛି। ଯାହାଫଳରେ ସ୍ୱଳ୍ପଦିନ ବ୍ୟବଧାନରେ ରାସ୍ତାଟି ଖରାପ ହୋଇଯାଉଛି। ପୁଣି କୁଲୁଣ୍ଡି ଏନ୍‌ଏଚ୍ ରାସ୍ତା କଡ଼ରେ ଠିକା ସଂସ୍ଥା ପିଚୁ ତିଆରି ପାଇଁ ମେସିନ୍ ଲଗାଇଥିବାବେଳେ ଅନେକ ସମୟରେ ମିସେନ ବ୍ୟବହାର କରି ଅଂଚଳକୁ ପ୍ରଦୂଷଣ କରିଚାଲିଛି। ମେସିନ ଚାଲିବା ସମୟରେ ଅଂଚଳରେ ଥିବା ସମସ୍ତ ମୂଲ୍ୟବାନ ଗଛ ଜନବସତି ଉପରେ ଧୂଆଁ ଉଡ଼ୁଥିବାରୁ ଅଂଚଳବାସୀ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ଆଣିଛନ୍ତି। ଏହି ଏନ୍‌ଏଚ୍ ରାସ୍ତା କଡ଼ରେ ଥିବା ଢାବା ମାଲିକମାନେ କହନ୍ତି ଠିକା ସଂସ୍ଥା ବାରମ୍ବାର ମେସିନ ଚଳାଇବା ବ୍ୟବହୃତ କରୁଥିବାବେଳେ ଆମ ରୋଷେଇ ଖାଦ୍ୟ ସବୁ ଡଷ୍ଟ ପଡ଼ି ଖରାପ ହେଇଯାଉଛି। ଏହାକୁ ନେଇ ଆମେ ବାରମ୍ବାର ବିରୋଧ କଲେ ମଧ୍ୟ ସଂସ୍ଥା କୌଣସି ଉତର ନଦେବାରୁ ବାଧ୍ୟହୋଇ ଆମେ ଢାବାକୁ ତଥା ଖାଦ୍ୟଗୁଡ଼ିକୁ ପଲିଥିନ ଘୋଡ଼ାଇ ରଖୁଛୁ। ଏହି ରାସ୍ତା ଦେଇ ଯାଉଥିବା ଯାତ୍ରୀ ମଧ୍ୟ ସଂସ୍ଥାର ଧୂଆଁ ପ୍ରଦୂଷଣ ଯୋଗୁଁ ଅନେକ ହଇରାଣ ହେଉଥିବା ଅଭିଯୋଗ କରିଛନ୍ତି। ଜିଲ୍ଲା ପ୍ରଶାସନ ତୁରନ୍ତ ଅଭିଯୋଗର ସତ୍ୟତା ଆଧାରରେ ସମ୍ପୃକ୍ତ ଠିକା ସଂସ୍ଥାକୁ ତାଗିଦ୍ କରିବା ସହ ପ୍ରଦୂଷଣ ନିୟନ୍ତ୍ରଣ କରିବା ପାଇଁ ବିଧିବଦ୍ଧ ପଦକ୍ଷେପ କରିବାକୁ ଅଂଚଳବାସୀ ଅନୁରୋଧ କରିଛନ୍ତି। ଜିଲ୍ଲା ପ୍ରଶାସନ ଏହାକୁ ଅଣଦେଖା କଲେ ଆଗାମୀ ଦିନରେ ଅଂଚଳବାସୀ ରାଜରାସ୍ତା ଅବରୋଧ କରିବେ ବୋଲି ଖୋଲା ଚେତାବନୀ ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande