ମହାକୁମ୍ଭରେ ବଲିଉଡ ଓ ଆଧ୍ୟାତ୍ମର ଅଦ୍ଭୁତ ମିଳିନ, ଆସ୍ଥାର ବୁଡ ପକାଇଲେ ଅଭିନେତା ଅକ୍ଷୟ କୁମାର ଓ ସୋନାଲି ବେନ୍ଦ୍ରେ
ମହାକୁମ୍ଭନଗର, 24 ଫେବୃୟାରୀ (ହି.ସ.) - ଭାରତୀୟ ସଂସ୍କୃତିର ସବୁଠୁ ବଡ ଆୟୋଜନ ମହାକୁମ୍ଭରେ ବଲିଉଡ ଓ ଆଧ୍ୟାତ୍ମର ଅଦ୍ଭୁତ ସଙ୍ଗମ ଦେଖିବାକୁ ମିଳିଛି । ଫିଲ୍ମ ଇଣ୍ଡଷ୍ଟ୍ରିର ଦିଗଜ କଳାକାର ଅକ୍ଷୟ କୁମାର ସୋମବାର ଏଠାରେ ତ୍ରିବେଣୀ ସଙ୍ଗମରେ ଆସ୍ଥାର ବୁଡ ପକାଇଛନ୍ତି ଏବ
ମହାକୁମ୍ଭରେ ବଲିଉଡ ଓ     ଆଧ୍ୟାତ୍ମର ଅଦ୍ଭୁତ ମିଳିନ, ଆସ୍ଥାର ବୁଡ ପକାଇଲେ ଅଭିନେତା ଅକ୍ଷୟ କୁମାର ଓ ସୋନାଲି     ବେନ୍ଦ୍ରେ


ମହାକୁମ୍ଭନଗର, 24 ଫେବୃୟାରୀ

(ହି.ସ.) - ଭାରତୀୟ ସଂସ୍କୃତିର ସବୁଠୁ ବଡ ଆୟୋଜନ ମହାକୁମ୍ଭରେ ବଲିଉଡ ଓ ଆଧ୍ୟାତ୍ମର ଅଦ୍ଭୁତ ସଙ୍ଗମ

ଦେଖିବାକୁ ମିଳିଛି । ଫିଲ୍ମ ଇଣ୍ଡଷ୍ଟ୍ରିର ଦିଗଜ କଳାକାର ଅକ୍ଷୟ କୁମାର ସୋମବାର ଏଠାରେ

ତ୍ରିବେଣୀ ସଙ୍ଗମରେ ଆସ୍ଥାର ବୁଡ ପକାଇଛନ୍ତି ଏବଂ ଆଧାତ୍ମିକ ଅନୁଭୂତି ପ୍ରାପ୍ତି କରିଛନ୍ତି ।

ସେହିପରି ଆକ୍ଟ୍ରିସ କ୍ୟାଯଣିନା କୈଫ୍ ବି ସ୍ୱାମୀ ଚିଦାନନ୍ଦ ସରସ୍ୱତୀଙ୍କ ଆଶ୍ରମରେ ପହଂଚି

ସନାତନ ସଂସ୍କୃତିର ପବିତ୍ର ପର୍ବର ସୁଖଦ ଅନୁଭୂତି ପ୍ରାପ୍ତ କରିଛନ୍ତି । ମହାକୁମ୍ଭରେ ବଲିଉଡ

ଷ୍ଟାରଙ୍କ ଉପସ୍ଥିତି ଏହା ଦର୍ଶାଉଛି ଯେ, ଆପଣ କୌଣସି ବି ବୃତ୍ତିରେ ଥାଆନ୍ତୁ ଆଧ୍ୟାତ୍ମିକ

ଶାନ୍ତି ସନ୍ତୁଳନ ଅତ୍ୟନ୍ତ ଆବଶ୍ୟକ ଅଟେ ।

ତ୍ରିବେଣୀ ସଙ୍ଗମରେ ପରିବାର

ସହ ପବିତ୍ର ବୁଡ ପକାଇଛନ୍ତି ସୋନାଲି ବେନ୍ଦ୍ର । ସେ ତ୍ରିବେଣୀ ସଙ୍ଗମରେ ପବିତ୍ର ସ୍ନାନ କରି

ଆସ୍ଥା ଓ ଆଧାତ୍ମ୍ୟର ଅନୁଭବ କରିଛନ୍ତି । ସଙ୍ଗମରେ ସ୍ନାନ ପରେ ସୋନାଲି ବେନ୍ଦ୍ରେ କହିଛନ୍ତି

ଯେ, ମହାକୁମ୍ଭକୁ ଆସି ତାଙ୍କୁ ଅପାର ଶାନ୍ତି ଓ ସକରାତ୍ମକ ଉର୍ଜାର ଅନୁଭବ ହୋଇଛି । ଏହି

ଦିବ୍ୟ ଆୟୋଜନରେ ସାମିଲ ହୋଇ ଭାରତୀୟ ସଂସ୍କୃତି ଓ ଆଧ୍ୟାତ୍ମିକତାକୁ ଆହୁରି ନିକଟରୁ ଅନୁଭବ

କରିଥିବା କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande