କାଜିରଙ୍ଗା, 24 ଫେବୃୟାରୀ (ହି.ସ.)-
ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳ କାଜିରଙ୍ଗା ଜାତୀୟ ଉଦ୍ୟାନର କୋଂହରା ରେଂଜରେ ଆଜି ସକାଳେ
କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଓ ପ୍ରାୟ 50 ଦେଶର ରାଷ୍ଟ୍ରଦୂତ ଜିପ ସଫାରୀ ଜରିଆରେ
ପ୍ରକୃତିର ମନୋରମ ଦୃଶ୍ୟର ଆନନ୍ଦ ଉଠାଇଛନ୍ତି । କେନ୍ଦ୍ରମନ୍ତ୍ରୀ ଜୟଶଙ୍କରଙ୍କ ସହିତ ଆସାମ
ସରକାରଙ୍କ କୃଷିମନ୍ତ୍ରୀ ଅତୁଲ ବୋରା ଏବଂ ସ୍ଥାନୀୟ ସାଂସଦ କାମାକ୍ଷା ପ୍ରସାଦ ତାସା ବି
ଉପସ୍ଥିତ ଥିଲେ ।
ଉଲ୍ଲେଖନୀୟ ଯେ, ଏସ ଜୟଶଙ୍କର
ଏବଂ ବୈଦେଶିକ ରାଷ୍ଟ୍ରଦୂତ ଗତକାଲି ରାତିରେ ଜୋରାହାଟର ରୌରୈୟା ଏୟାରପୋର୍ଟରେ ପହଂଚିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା