ଡ. ଅରୁଣ ପଣ୍ଡାଙ୍କ ‘ଦିବ୍ୟାଙ୍ଗ ଦେଶପ୍ରମୀ’ ଲୋକାର୍ପିତ
ଭଦ୍ରକ, ୨୭ ମାର୍ଚ୍ଚ (ହି.ସ.) - ଭଦ୍ରକ ଜିଲା ଘେଂଟଶ୍ୱର ଅଧୀନ ତୋଟାପଡ଼ା ଗ୍ରାମର ଶିଶୁ ସାହିତ୍ୟିକ ଡ. ଅରୁଣ ପଣ୍ଡାଙ୍କ ଶିଶୁ କିଶୋର ଏକାଂକିକା ସଂକଳନ ‘ଦିବ୍ୟାଙ୍ଗ ଦେଶପ୍ରେମୀ’ ତୋଟାପଡ଼ା ଠାରେ ଲୋକାର୍ପିତ ହୋଇ ଯାଇଛି। ଡ. ପଣ୍ଡାଙ୍କ ପିତା ସୁନାମଧନ୍ୟ ପାଲା ଗାୟକ ସ୍ୱର୍ଗତ ଅନିରୁଦ୍ଧ ପଣ୍ଡାଙ୍କ ଶ୍ରାଦ
DIBYANGA DESAPREMI PUSTAK LIKARPAN


ଭଦ୍ରକ, ୨୭ ମାର୍ଚ୍ଚ (ହି.ସ.) - ଭଦ୍ରକ ଜିଲା ଘେଂଟଶ୍ୱର ଅଧୀନ ତୋଟାପଡ଼ା ଗ୍ରାମର ଶିଶୁ ସାହିତ୍ୟିକ ଡ. ଅରୁଣ ପଣ୍ଡାଙ୍କ ଶିଶୁ କିଶୋର ଏକାଂକିକା ସଂକଳନ ‘ଦିବ୍ୟାଙ୍ଗ ଦେଶପ୍ରେମୀ’ ତୋଟାପଡ଼ା ଠାରେ ଲୋକାର୍ପିତ ହୋଇ ଯାଇଛି। ଡ. ପଣ୍ଡାଙ୍କ ପିତା ସୁନାମଧନ୍ୟ ପାଲା ଗାୟକ ସ୍ୱର୍ଗତ ଅନିରୁଦ୍ଧ ପଣ୍ଡାଙ୍କ ଶ୍ରାଦ୍ଧ ବାର୍ଷିକ ଅବସରରେ ଆୟୋଜିତ ସଭାରେ ଏହି ପୁସ୍ତକ ଲୋକର୍ପଣ କରାଯାଇଥିଲା। ଅନୁଷ୍ଠିତ ସଭାରେ ଶିକ୍ଷାବିତ୍ ତଥା ସାହିତ୍ୟିକ ଜୟକୃଷ୍ଣ ନାୟକଙ୍କ ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଭାବେ ବରିଷ୍ଠ ଶିଶୁ ସାହିତ୍ୟିକ ଡ. ରାଜକିଶୋର ପାଢ଼ୀ, ମୁଖ୍ୟବକ୍ତା ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଲେଖକ ଡ. ବସନ୍ତ କୁମାର ସାହୁ ଯୋଗ ଦେଇ ଓଡ଼ିଆ ଶିଶୁ ସାହିତ୍ୟରେ ନାଟକ ଓ ଏକାଂକିକା ଖୁବ୍ କମ୍ ଲେଖା ଯାଉଥିବାରୁ ଡ. ପଣ୍ଡାଙ୍କର ଏହି ପୁସ୍ତକ ଶିଶୁ ସାହିତ୍ୟକୁ ପରିପୁଷ୍ଟ କରିବ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ଗୀତିକାର ଇଂ ଅଭୟ ସୂତାର, ଶିଶୁ ସାହିତ୍ୟିକ ପର୍ଶୁରାମ ବେହେରା, ପାଲା ଗାୟକ ତ୍ରିଲୋଚନ ପଣ୍ଡା ଯୋଗ ଦେଇ ପୁସ୍ତକ ଉପରେ ଆଲୋଚନା କରିଥିଲେ। ଶିକ୍ଷାବିତ୍ ଓ କବି ଅଭୟ ଦାସ ପୁସ୍ତକର ସମୀକ୍ଷା କରିଥିଲେ। କବି ବିଭୂତି ଭୂଷଣ ସେନାପତି, ମଥୁରା ମୋହନ ବେହେରା, ଆଶୁତୋଷ କରଣ, ସୁବାସ ମହାନ୍ତି, କୈଳାସ ବେହେରା, ମୁକୁନ୍ଦଦେବ ନାୟକ, ଡ. ଅମୂଲ୍ୟ ସେନାପତି, ବୈକୁଣ୍ଠନାଥ ଓଝା, ବାଇଧର ମହାନ୍ତି ପ୍ରମୁଖ ବହୁ କବି, ଲେଖକ ଉପସ୍ଥିତ ଥିଲେ।ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande