ଇମ୍ଫାଲ /ଥୌବଲ 20 ଅପ୍ରେଲ (ହି.ସ)-ମଣିପୁରରେ କରାଯାଇଥିବା ସର୍ଚ୍ଚ ଅପରେସନ ସମୟରେ ସୁରକ୍ଷାବାହିନୀ ବିପୁଳ ମାତ୍ରାରେ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ପୋଲିସ ମୁଖପାତ୍ର ରବିବାର କହିଛନ୍ତି ଯେ ସେକ୍ମାଇ ଥାନା ଅଞ୍ଚଳ ଅନ୍ତର୍ଗତ ଇମ୍ଫାଲ ୱେଷ୍ଟ ଜିଲ୍ଲାର ଖୋଙ୍ଗନଙ୍ଗପୋକପୀ ଅଞ୍ଚଳରୁ ଗୋଟିଏ .303 ରାଇଫଲ,ତିନୋଟି ପୋମ୍ପୀ ଗନ,ସାତୋଟି ଜୀବନ୍ତ କ୍ୟାଟ୍ରିଜ ,ଗୋଟିଏ ଦେଶୀ 12 ବୋର ରାଇଫଲ ଏବଂ ଗୋଟିଏ ପଟକା ହେଲମେଟ ଉଦ୍ଧାର କରାଯାଇଛି।ସେହି ସମୟରେ ଥୌବଲ ଜିଲ୍ଲାର ଲୀଲୋଙ୍ଗ ଥାନା ଅଞ୍ଚଳରେ ଲୀଲୋଙ୍ଗ ଚୌବୋକ ଖୁମାନ ଅଞ୍ଚଳରୁ ସାତୋଟି 36 ଏଚଇ ହ୍ୟାଣ୍ଡ ଗ୍ରେନେଡ ,ଗୋଟିଏ ଧଳା ପ୍ଲାଷ୍ଟିକ ବୋରା ଏବଂ ଗୋଟିଏ ମାଟିଆ ପଲିଥିନ ବ୍ୟାଗ ମଧ୍ୟ ଜବତ କରାଯାଇଛି।ସୁରକ୍ଷାବାହିନୀ ଦ୍ୱାରା ମାମଲାର ଯାଞ୍ଚ କରାଯାଉଛି ଏବଂ ଏହା ସ୍ପଷ୍ଟ କରିବାକୁ ଚେଷ୍ଟା କରାଯାଉଛି ଯେ ଉଦ୍ଧାର ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ କେଉଁ ଉପାଦାନଗୁଡିକ ସହ ଜଡିତ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା