ଜୟପୁର, ୨୫ ଏପ୍ରିଲ୍ (ହି.ସ.) - କୋରାପୁଟ ଆଦିବାସୀ ସଂଗ୍ରାହଳୟ ସଭାଗୃହ ଠାରେ ବିଜେପି ପକ୍ଷରୁ ଡ଼. ବି.ଆର.ଆମ୍ବେଦକର ସମ୍ମାନ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କଂଗ୍ରେସ କିପରି ଆମ୍ବେଦକରଙ୍କୁ ଅପମାନ କରିଥିଲା ଏବଂ ସମ୍ବିଧାନର ଅପବ୍ୟବହାର କରିଥିଲା ତାହା ଉପରେ ବୈଠକରେ ଆଲୋଚନା କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଓ ଯଦୁମଣି ମାଝୀ ଯୋଗଦେଇ ଆମ୍ବେଦକରଙ୍କ ଜୀବନୀ ଉପରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। କୋରାପୁଟ ଜିଲ୍ଲା ଉପ ସଭାପତି ଦେବୀ ପ୍ରସାଦ କରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ କୋରାପୁଟ ବିଧାୟକ ରଘୁରାମ ମାଛ, ପୂର୍ବତନ ଜିଲ୍ଲା ସଭାପତି ସୁମନ୍ତ କୁମାର ପ୍ରଧାନ, କୋରାପୁଟ ଲୋକସଭା ପ୍ରାର୍ଥୀ କାଳୀରାମ ମାଝୀ, ରାଜ୍ୟ ସମ୍ପାଦିକା ପୂର୍ଣ୍ଣିମା ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ପୂର୍ବତନ ନଗର ସଭାପତି ସିଦ୍ଧାର୍ଥ ଶଙ୍କର ମୁଦୁଲି ଯୋଗଦେଇ ପରିଚାଳନା କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ପବନ/ଭାନୁ
ହିନ୍ଦୁସ୍ଥାନ ସମାଚାର / ପିକେପି