ବହୁ ଚର୍ଚ୍ଚିତ ମନ୍ନାପୁରମ ସୁନା ଓ ଟଙ୍କା ଲୁଟ ମାମଲା: ୧୪ ଆଗ୍ନେୟାସ୍ତ୍ର ସହ ଆଉ ୪ ଗିରଫ

ସମ୍ବଲପୁର, ୨୫ ଏପ୍ରିଲ୍ (ହି.ସ.) ଗତ ଜାନୁଆରୀ ୩ ତାରିଖରେ ସ୍ପଷ୍ଟ ଦିବାଲୋକରେ ଦିନ ପ୍ରାୟ ୧୦ ଟା ୧୦ ସମ୍ବଲପୁର ବୁଢ଼ାରଜା ସ୍ଥିତ ମନ୍ନାପୁରମ ଲିଃ ର ସ୍ଥାନୀୟ ଶାଖାରୁ ୨୭.୫୨ କେଜି ସୁନା ଓ ନଗଦ ୪,୮୧,୩୮୨ ଟଙ୍କା ଦୁବୃର୍ତ୍ତମାନେ ବନ୍ଧୁକ ମୁନରେ ଲୁଟ କରିଥିଲେ। ସେତେବେଳେ ଏହି ଲୁଟ ଘଟଣା ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା। ସମ୍ବଲପୁର ପୁଲିସ ଏହି ମାମଲାରେ ଏହି ସଙ୍ଗୀନ ଅପରାଧର କୁଖ୍ୟାତ ଅପରାଧୀ ସୁବୋଧ ସିଂକୁ କୋଲକାତା ଆଲିପୁରର ସୂଧାର ଗୃହରୁ ରିମାଣ୍ଡରେ ଆଣିବା ସହ ତା ପୁର୍ବରୁ ତାର ୩ ସହଯୋଗୀଙ୍କୁ ଗିରଫ କରିଥିଲା। ଇତିମଧ୍ୟରେ ସମ୍ବଲପୁର ପୁଲିସ ଦିଲ୍ଲୀ ପୁଲିସର ସହଯୋଗରେ ଆଉ ୪ କୁଖ୍ୟାତ ଅପରାଧୀଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ୧୪ ଟି ପିସ୍ତଲ ଜବତ କରିଛି। ଆଜି ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ସମ୍ବଲପୁର ପୁଲିସ ଅଧିକ୍ଷକ ମୁକେଶ କୁମାର ମାମୁ ସାମ୍ବାଦିକମାନଙ୍କୁ କହିଛନ୍ତି। ଦିଲ୍ଲୀ ପୁଲିସର ସହଯୋଗରେ ଗିରଫ ହୋଇଥିବା କୁଖ୍ୟାତ ଅପରାଧୀମାନେ ହେଲେ ବୈଶାଳୀ ବିହାରର ବିକାଶ କୁମାର ଓରଫ ଜନ୍ ରାଇଟ, ସଞ୍ଜିବ କୁମାର ପାଶୱାନ ଓରଫ ସକଲଦୀପ ଓରଫ ଅଞ୍ଜୁ କୁମାର ଶର୍ମା, ବିହାର ପାଟନାର ଦଶ ଆନନ୍ଦ ଓରଫ ଶିଶୁ ଏବଂ ପିୟୁଷ ରାଜ ଓରଫ ଜୟସ୍ବାଲ ଓରଫ ଅର୍ଜୁନଙ୍କୁ ସମ୍ବଲପୁର ପୁଲିସ ଗିରଫ କରି କୋର୍ଟରେ ହାଜର ପରେ ଟ୍ରାଞ୍ଜିଟ ରିମାଣ୍ଡରେ ସମ୍ବଲପୁର ଆଣିଛି। ଏହି ମାମଲାର ଅନୂସନ୍ଧାନ ପାଇଁ ଗଠିତ ସ୍ବତନ୍ତ୍ର ଟିମ୍ ସେମାନଙ୍କୁ ପଚରା ଉଚୁରା କରୁଛି । ପୁର୍ବରୁ ଏହି ବହୁଚର୍ଚ୍ଚିତ ଅପରାଧ ମାମଲାରେ ସମ୍ବଲପୁର ପୁଲିସ ପଙ୍କଜ କୁମାର ପାଶୱାନ,ଅଜୟ ପାଶୱାନ ଓ ଉତ୍ତମ ପାଶୱାନକୁ ଗିରଫ କରିଥିଲା। ଏହି ମାମଲାର ମାଷ୍ଟର ମାଇଣ୍ଡ କୁଖ୍ୟାତ ଅପରାଧୀ ସୁବୋଧ ସହ ସମୁଦାୟ ୮ ଧରା ପଡ଼ିଥିଲେ ମଧ୍ୟ ଲୁଟ ହୋଇଥିବା ବିପୁଳ ପରିମାଣର ସୁନା ଓ ଟଙ୍କା ସଂକ୍ରାନ୍ତରେ ଟେର ପାଇନାହିଁ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande