ଜୟପୁର, 25 ଏପ୍ରିଲ୍ (ହି.ସ.)
ଜମ୍ମୁ କାଶ୍ମୀରର ପହଲଗାମ ପର୍ଯ୍ୟଟନ ସ୍ଥଳୀରେ ଯେପରି ଭାବରେ ପର୍ଯ୍ୟଟକ ମାନଙ୍କୁ ଆତଙ୍କବାଦୀ ମାନେ ତାଙ୍କର ଧାର୍ମିକ ପରିଚୟ ପଚାରିବା ପରେ ଗୁଳି ଚଳାଇ ନିର୍ମମ ଭାବରେ ହତ୍ୟାକୁ କୋରାପୁଟ ଜିଲ୍ଲା ହିନ୍ଦୁ ଏକତା ମଞ୍ଚ ନିନ୍ଦା କରିଛି।ଏହାର ପ୍ରତିବାଦରେ ନିଶାଣୀମୁଣ୍ଡା ଠାରୁ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ତୁରନ୍ତ ଉଚିତ୍ ପଦକ୍ଷେପ ନେବାକୁ ଦାବି କରିଥିଲେ । ମାନନୀୟା ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଥିଲା।ଅତିରିକ୍ତ ଜିଲ୍ଲାପାଳ ଦେବୀ ପ୍ରସାଦ ମହାନ୍ତି ଦାବିପତ୍ର ଗ୍ରହଣ କରିଥିଲେ।ଏପରି ପଦକ୍ଷେପ ନିଅନ୍ତୁ ଯେପରି ଆତଙ୍କବାଦୀ ମାନେ ଆଖି ଉଠାଇ ଆଉ ଭାରତକୁ ଦେଖିବେ ନାହିଁ ବୋଲି ଜିଲ୍ଲା ସଂଯୋଜକ ଦୁଷ୍ମନ୍ତ ପାଢ଼ୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିବେଦନ କରିଛନ୍ତି।କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ରୋହଙ୍ଗିଆ ଓ ବାଂଲାଦେଶୀ ମୁସଲମାନ ମାନେ ଅନୁପ୍ରବେଶ କରିଥିବାରୁ ପ୍ରାଶାସନିକ ସ୍ତରରେ ଏହାର ତଦନ୍ତ କରିବାକୁ ମଧ୍ୟ ଦାବି କରାଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି