ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ
ଜୟପୁର, ୨୫ ଏପ୍ରିଲ୍ (ହି.ସ.) - କୋରାପୁଟ ସଦର ମହକୁମାରେ ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ ହୋଇଯାଇଛି।ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ ଗୃହ ଠାରେ ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ ହୋଇଯାଇଛି। ଏଡିପିଏଚଓ (ପରିବାର କଲ୍ୟାଣ) ଡାକ୍ତର ନୀଳ ମାଧବ ଶତପଥିଙ୍କ ଅଧ
ବିଶ୍ଵ ମ୍ୟାଲେରିଆ ଦିବସ ପାଳିତ


ଜୟପୁର, ୨୫ ଏପ୍ରିଲ୍ (ହି.ସ.) - କୋରାପୁଟ ସଦର ମହକୁମାରେ ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ ହୋଇଯାଇଛି।ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ ଗୃହ ଠାରେ ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ ହୋଇଯାଇଛି। ଏଡିପିଏଚଓ (ପରିବାର କଲ୍ୟାଣ) ଡାକ୍ତର ନୀଳ ମାଧବ ଶତପଥିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଦେବୀ ପ୍ରସାଦ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।ଲୋକମାନେ ଯେପରି ମଶାରୀ ବ୍ୟବହାର କରିବେ ସେଥିପ୍ରତି ଦୃଷ୍ଟି ଦେଇ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ମୁଖ୍ୟ ଅତିଥି ଶ୍ରୀ ମହାନ୍ତି ଉପସ୍ଥିତ ସ୍ୱାସ୍ଥ୍ୟ କର୍ମି ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।୨୦୨୪ ମସିହାରେ ଜିଲ୍ଲାରେ ୯୪୫୭ ଜଣ ମ୍ୟାଲେରିଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କୌଣସି ବ୍ୟକ୍ତି ମୃତ୍ୟୁବରଣ କରି ନ ଥିବା ଡିପିଏଚଓ ଡାକ୍ତର ମୁକ୍ତିକାନ୍ତ ଖଟୁଆ ସୂଚନା ଦେଇଛନ୍ତି।କୋରାପୁଟ ଜିଲ୍ଲାରେ ଗତବର୍ଷ ୮୬୦୬୮୭ ମଶାରୀ ବଂଟନ କରାଯାଇଥିବା ସେ କହିଛନ୍ତି। ଜନସଚେତନତା ମାଧ୍ୟମରେ ମ୍ୟାଲେରିଆ ଜନିତ ମୃତ୍ୟୁ ସଂଖ୍ୟା ରୋକାଯାଇ ପାରିଛି ବୋଲି ସେ କହିଛନ୍ତି।

ହିନ୍ଦୁସ୍ଥାନ ସମାଚାର/ପବନ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande