ସମ୍ବଲପୁର, ୨୫ ଏପ୍ରିଲ୍ (ହି.ସ.)
ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ନେତାଜୀ ସୁବାଷ ଚନ୍ଦ୍ର ବୋଷ ମହାବିଦ୍ୟାଳୟ ସମ୍ବଲପୁର ତରଫରୁ ସ୍ଥାନୀୟ ଧନୁପାଲି ଛକରେ ପହଲଗାମରେ ହେଇଥିବା ଆତଙ୍କବାଦୀ ଆକ୍ରମଣ କୁ ନେଇ ଏକ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଆତଙ୍କବାଦୀ ମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରାଗଲା ଏବଂ ଶେଷରେ ପ୍ରାଣ ହରାଇଥିବା ପର୍ଯ୍ୟଟକ ମାନଙ୍କୁ କ୍ୟାଣ୍ଡେଲ ମାର୍ଚ୍ଚ ଦ୍ଵାରା ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଏଥିରେ ବିଶେଷ ଭାବରେ ଜିଲ୍ଲା ମହାନଗର ଏସ ଅଫ୍ ଏସ ପ୍ରମୁଖ ଶୁଭମ୍ ପୃଷ୍ଟି , ନଗର ସମ୍ପାଦକ ବିବେକ ତିୱାରୀ , କ୍ୟାମ୍ପସ ସମ୍ପାଦକ ବି ପୱନ୍ ତେଜା ଓ ପଶ୍ଚିମ ପ୍ରାନ୍ତ କାର୍ଯ୍ୟାଳୟ ପ୍ରମୁଖ ବାବଳୁ ଗର୍ଡିଆ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ