ସୁରଟ, 26 ଏପ୍ରିଲ୍ (ହି.ସ.)
- ଗୁଜରାଟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟରେ ବେଆଇନ ଭାବେ ରହୁଥିବା ବାଂଲାଦେଶ
ଅନୁପ୍ରବେଶକାରୀଙ୍କ ବିରୁଦ୍ଧରେ ମହାଭିଯାନ ଆରମ୍ଭ ହୋଇଛି । ଶୁକ୍ରବାର-ଶନିବାର ରାତିରେ
ରାଜ୍ୟରେ ଏବେ ସୁଦ୍ଧା ସବୁଠୁ ବଡ ଅଭିଯାନର ଶୁଭାରମ୍ଭ କରି ଅହମଦାବାଦରୁ 890 ଓ ସୁରଟରୁ 134
ବେଆଇନ ବାଂଲାଦେଶୀ ନାଗରିକଙ୍କୁ ହେପାଜତକୁ ନିଆଯାଇଛି ।
ସୁରଟ ପୋଲିସ କମିଶନର କାର୍ଯ୍ୟାଳୟରେ ଶନିବାର ଗୃହରାଜ୍ୟ ମନ୍ତ୍ରୀ ହର୍ଷ ସଂଘଭୀ ରାଜ୍ୟର
ସମସ୍ତ ଜିଲ୍ଲାରେ ପୋଲିସ ଏସପି, ରେଂଜ ଆଇଜି, ଆଇନ ଶୃଙ୍ଖଳା ସମେତ ଆଇବିର ଉଚ୍ଚାଧିକାରୀଙ୍କ ସହ
ଭିସି ଜରିଆରେ ବୈଠକ କରିଛନ୍ତି । ଅଭିଯାନକୁ ଜୋରଦାର କରିବା ସହ କଠୋର କାର୍ଯ୍ୟାନୁଷ୍ଠାନ
ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସମସ୍ତ ଗତିବିଧି
ସଂପର୍କରେ ସୂକ୍ଷ୍ମ ତଦନ୍ତ କରିବାକୁ ସଂଘଭୀ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା