କୈଳାସ ମାନସରୋବର ଯାତ୍ରା- ୱେବସାଇଟ୍ ଜରିଆରେ ଆବେଦନ, ଜୁନରୁ ଅଗଷ୍ଟ ସୁଦ୍ଧା 750 ଲୋକ କରିପାରିବେ ତୀର୍ଥଯାତ୍ରା
ନୂଆଦିଲ୍ଲୀ, 26 ଏପ୍ରିଲ୍ (ହି.ସ.) - କୈଳାସ ମାନସରୋବର ଯାତ୍ରା 2025ର ଆୟୋଜନ ଜୁନରୁ ଅଗଷ୍ଟ ମଧ୍ୟରେ ହେବ । ଯାତ୍ରା ପାଇଁ ଅନଲାଇନ ବବେଦନ ପ୍ରକ୍ରିୟା ୱେବସାଇଟରେ ଆରମ୍ଭ ହୋଇଛି । ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ଏହି ପବିତ୍ର ତୀର୍ଥଯାତ୍ରାରେ ଚଳିତ ବର୍ଷ ପ୍ରାୟ 15
କୈଳାସ ମାନସରୋବର ଯାତ୍ରା- ୱେବସାଇଟ୍ ଜରିଆରେ ଆବେଦନ, ଜୁନରୁ ଅଗଷ୍ଟ ସୁଦ୍ଧା 750 ଲୋକ     କରିପାରିବେ ତୀର୍ଥଯାତ୍ରା


ନୂଆଦିଲ୍ଲୀ, 26 ଏପ୍ରିଲ୍ (ହି.ସ.)

- କୈଳାସ ମାନସରୋବର ଯାତ୍ରା 2025ର ଆୟୋଜନ ଜୁନରୁ ଅଗଷ୍ଟ ମଧ୍ୟରେ ହେବ ।

ଯାତ୍ରା ପାଇଁ ଅନଲାଇନ ବବେଦନ ପ୍ରକ୍ରିୟା ୱେବସାଇଟରେ ଆରମ୍ଭ ହୋଇଛି ।

ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ଏହି ପବିତ୍ର ତୀର୍ଥଯାତ୍ରାରେ ଚଳିତ ବର୍ଷ ପ୍ରାୟ

15ଟି ବ୍ୟାଚ ପଠାଯିବ । ଏଥିରୁ 5ଟି ବ୍ୟାଚ ଉତ୍ତରାଖଣ୍ଡର ଲିପୁଲେଖ ଦେଇ ଓ 10ଟି ବ୍ୟାଚ ସିକିମର

ନାଥୁ ଲା ଦେଇ ଯାତ୍ରା କରିବେ ।

ବୈଦେଶିକ ମନ୍ତ୍ରାଳୟ ଆଜି ଏ ସଂପର୍କରେ ବକ୍ତବ୍ୟ ଜାରି କରି କହିଛି ଯେ, ଯାତ୍ରୀଙ୍କ ଚୟନ

ଏକ ନିରପେକ୍ଷ କଂପ୍ୟୁଟର ଜନିତ ଓ ମହିଳା-ପୁରୁଷ ସନ୍ତୁଳନ ପ୍ରକ୍ରିୟାରେ କରାଯିବ । ଏହି

ପ୍ରକ୍ରିୟା ସଂପୂର୍ଣ୍ଣ ଭାବେ ପାରଦର୍ଶୀ ଓ ଡିଜିଟାଲ ଅଟେ । 2015ରୁ ଏହି ପ୍ରକ୍ରିୟା

ସଂପୂର୍ଣ୍ଣ ଭାବେ କମ୍ୟୁଟରାଇଜଡ ହୋଇଯାଇଛି । ଏଥିପାଇଁ ଇଚ୍ଛୁକ ଯାତ୍ରୀମାନେ ବବେଦନ କିମ୍ବା

ସୂଚନା ପାଇଁ ପତ୍ର କିମ୍ବା ଫ୍ୟାକ୍ସ ପଠାଇବାର ଆବଶ୍ୟକତା ନାହିଁ ।

ଯାତ୍ରା ସହିତ ଜଡିତ କିଛି ବି ସୂଚନା, ପରାମର୍ଶ କିମ୍ବା ପ୍ରତିକ୍ରିୟା ପାଇଁ ୱେବସାଇଟରେ

ହିଁ ବିକଳ୍ପ ଉପଲବ୍ଧ ରହିଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande