ସରକାର ଯୁବବର୍ଗଙ୍କ ପାଇଁ ରୋଜଗାର ସୁଯୋଗ ସୃଷ୍ଟି କରିବାକୁ ପ୍ରତିବଦ୍ଧ- ପିଏମ ମୋଦି
ନୂଆଦିଲ୍ଲୀ, 26 ଏପ୍ରିଲ୍ (ହି.ସ.) - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କହିଛନ୍ତି ଯେ, ଭାରତର ଯୁବବର୍ଗ ଆଜି ସେମାନଙ୍କ ପରିଶ୍ରମ ଓ ଉଦ୍ଭାବନରେ ବିଶ୍ୱକୁ ଏହା ଦେଖାଉଛନ୍ତି ଯେ, ଆମେ କେତେ ସାମର୍ଥ୍ୟ ଅଟୁ । ଆମ ସରକାର ପ୍ରତି ପଦକ୍ଷେପରେ ଏହା ସୁନିଶ୍ଚିତ କରୁଛନ୍ତି ଯେ,
ସରକାର ଯୁବବର୍ଗଙ୍କ ପାଇଁ ରୋଜଗାର ସୁଯୋଗ ସୃଷ୍ଟି କରିବାକୁ ପ୍ରତିବଦ୍ଧ- ପିଏମ ମୋଦି


ନୂଆଦିଲ୍ଲୀ, 26 ଏପ୍ରିଲ୍ (ହି.ସ.)

- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କହିଛନ୍ତି ଯେ, ଭାରତର ଯୁବବର୍ଗ

ଆଜି ସେମାନଙ୍କ ପରିଶ୍ରମ ଓ ଉଦ୍ଭାବନରେ ବିଶ୍ୱକୁ ଏହା ଦେଖାଉଛନ୍ତି ଯେ, ଆମେ କେତେ ସାମର୍ଥ୍ୟ

ଅଟୁ । ଆମ ସରକାର ପ୍ରତି ପଦକ୍ଷେପରେ ଏହା ସୁନିଶ୍ଚିତ କରୁଛନ୍ତି ଯେ, ଦେଶର ଯୁବବର୍ଗଙ୍କ ପାଇଁ

ରୋଜଗାର ଓ ସ୍ୱରୋଜଗାରର ସୁଯୋଗ ନିରନ୍ତର ବଢୁ ।

ପ୍ରଧାନମନ୍ତ୍ରୀ ମୋଦି ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଭିନ୍ନ ସରକାରୀ ବିଭାଗର ଓ

ସଙ୍ଗଠନରେ ନୂଆ ନିଯୁକ୍ତି ପାଇଥିବା 51 ହଜାରରୁ ଅଧିକ ଯୁବବର୍ଗଙ୍କୁ ନିଯୁକ୍ତି ପତ୍ର ବିତରଣ

କରିଛନ୍ତି । ଏହି ଅବସରରେ ସେ ବିଭିନ୍ନ ସ୍ଥାନ ସହିତ ଜଡିତ ଜନସମୂହକୁ ସଂବୋଧିତ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ବଜେଟରେ ସରକାର ମ୍ୟାନୁଫ୍ୟାକଚରିଂ ମିଶନର ଘୋଷଣା

କରିଛନ୍ତି । ଏହାର ଉଦ୍ଦେଶ୍ୟ ହେଉଛି-ମେକ୍ ଇନ୍ ଇଣ୍ଡିଆକୁ ପ୍ରୋତ୍ସାହିତ କରିବା ଓ ଭାରତର

ଯୁବକଙ୍କୁ ଗ୍ଲୋବାଲ ଷ୍ଟାଣ୍ଡାର୍ଡ ବିଶିଷ୍ଟ

ପ୍ରୋଜେକ୍ଟ ନିର୍ମାଣ ପାଇଁ ସୁଯୋଗ ଦେବା । ଏହାଦ୍ୱାରା ନା କେବଳ ଦେଶର ଲକ୍ଷଲକ୍ଷ କ୍ଷୁଦ୍ର

ଶିଳ୍ପ ଓ ଲଘୁ ଉଦ୍ୟମୀକୁ ପ୍ରୋତ୍ସାହନ ମିଳିବ ବରଂ ପୂରା ଦେଶରେ ରୋଜଗାରର ସୁଯୋଗ ବି ଖୋଲିବ

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande