ନୁଂହ, 26 ଏପ୍ରିଲ୍ (ହି.ସ.)
- ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ୱେରେ ଥାନା ଫିରୋଜପୁର ଝିରକା ସୀମା ଅନ୍ତର୍ଗତ
ଇବ୍ରାହିମ ବାସ ଗାଁ ନିକଟରେ ଶନିବାର ସକାଳେ ଏକ ଭାରସାମ୍ୟ ହରାଇଥିବା ପିକଅପ ଭ୍ୟାନ ସଫେଇ
କର୍ମଚାରୀଙ୍କ ଉପରକୁ ମାଡିଯାଇଛି । ଏହି ଦୁର୍ଘଟଣାରେ 7ଜଣ ଲୋକଙ୍କ ମୃତ୍ୟୁ ହୋଇଛି ।
ମୃତକଙ୍କ ପରିଚୟ ଜଣାପଡିନି । ମୃତକଙ୍କ ମଧ୍ୟରେ 6ଜଣ ମହିଳା ଓ ଜଣେ ପୁରୁଷ ଅଛନ୍ତି । ଚାରିଜଣ
ମହିଳା ଗୋଟିଏ ପରିବାରର ବୋଲି ଜଣାପଡିଛି ।
ଇବ୍ରାହିମ ବାସ ଗାଁ ନିକଟ ଦିଲ୍ଲୀ- ମୁମ୍ବାଇ ଏକ୍ସପ୍ରେସ ୱେରେ ସଫେଇ କାମ ଚାଲୁଥିଲା ।
ଶନିବାର ପ୍ରାୟ ସକାଳ 10ଟା ବେଳେ ପିକଅପ ଭ୍ୟାନରେ ପ୍ରାୟ 11ଜଣ ଲୋକ ସଫେଇ କରିବା ପାଇଁ
ଆସିଥିଲେ । ଏହି ଲୋକେ ଗାଡିରୁ ଓହ୍ଲାଉଥିବା ବେଳେ ଗୁରୁଗ୍ରାମ ଅଭିମୁଖେ ଯାଉଥିବା ଦ୍ରୁତଗତିରେ
ଅନ୍ୟ ଏକ ପିକଅପ ଏମାନଙ୍କୁ ଧକ୍କା ଦେଇଥିଲା । ଧକ୍କା ଏତେ ଭୟଙ୍କର ଥିଲା ଯେ, ମୃତଦେହ ଗୁଡିକ
ଏଣେ ତେଣେ ଛାଟି ହୋଇପଡିଥିଲା । ଏହି ଘଟଣାରେ 6ଜଣ ମହିଳାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ
ହୋଇଥିଲା । ଏବଂ ଚିକିତ୍ସାଧୀନ ଅବସ୍ଥାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା