ବୈଶାଖମାସର ଶେଷ ସୋମବାରରେ ଆଖଣ୍ଡଳମଣିଙ୍କୁ ଜଳାଭିଷେକ କଲେ ହଜାରହଜାର ଭକ୍ତ
ଭଦ୍ରକ, ୧୨ ମଇ (ହି.ସ.) - ବୈଶାଖମାସର ଶେଷ ସୋମବାରରେ ବାବା ଆଖଣ୍ଡଳମଣିଙ୍କୁ ଜଳାଭିଷେକ ଓ ଦର୍ଶନ କରିବା ପାଇଁ ମନ୍ଦିରରେ ହଜାରହଜାର ଭକ୍ତଙ୍କ ଭିଡ ଜମିଥିଲା। ଏକମାସ ଧରି ଚାଲିଥିବା ଶୀତଳ ଉପଚାର ନୀତିର ସୋମବାର ଶେଷ ପାଳି ହୋଇଥିବାରୁ ଗୋପାଳ ଭକ୍ତମାନେ ବିଭିନ୍ନ ନଦୀରୁ ଜଳଭାର ଆଣି ବାବାଙ୍କ ପାଖରେ ଲାଗ
BAISAKHA MASA SESA SOMAVAR AKHANDALAMANI PITHA


ଭଦ୍ରକ, ୧୨ ମଇ (ହି.ସ.) - ବୈଶାଖମାସର ଶେଷ ସୋମବାରରେ ବାବା ଆଖଣ୍ଡଳମଣିଙ୍କୁ ଜଳାଭିଷେକ ଓ ଦର୍ଶନ କରିବା ପାଇଁ ମନ୍ଦିରରେ ହଜାରହଜାର ଭକ୍ତଙ୍କ ଭିଡ ଜମିଥିଲା। ଏକମାସ ଧରି ଚାଲିଥିବା ଶୀତଳ ଉପଚାର ନୀତିର ସୋମବାର ଶେଷ ପାଳି ହୋଇଥିବାରୁ ଗୋପାଳ ଭକ୍ତମାନେ ବିଭିନ୍ନ ନଦୀରୁ ଜଳଭାର ଆଣି ବାବାଙ୍କ ପାଖରେ ଲାଗି କରିଛନ୍ତି। ଭକ୍ତମାନଙ୍କର ଭିଡକୁ ଦୃଷ୍ଟିରେ ରଖି ଭୋର ୪ଟାରେ ଦ୍ୱାରଫିଟା ନୀତି ସହ ମଙ୍ଗଳ ଆଳତୀ, ଘର୍ଷଣଲାଗି, ଜଳାଭିଷେକ ନୀତି ସମ୍ପନ୍ନ ହେବା ପରେ ମଣିବାବାଙ୍କୁ ଦିଗମ୍ବର ବେଶରେ ସଜ୍ଜିତ କରାଯାଇ ପହିଲୁ ବାଲ୍ୟଭୋଗ ଲାଗି କରାଯାଇଥିଲା। ଏପଟେ ଭକ୍ତମାନଙ୍କର ଶୃଙ୍ଖଳିତ ଦର୍ଶନ ଓ ଜଳଲାଗି ପାଇଁ ମନ୍ଦିର ପ୍ରଶାସନ ଓ ସ୍ଥାନୀୟ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande