ସମ୍ବଲପୁର, ୧୨ ମଇ (ହି.ସ.) - ସମ୍ବଲପୁର-ଝାରସୁଗୁଡ଼ା ଜାତୀୟ ରାଜପଥ ପାର୍ଶ୍ୱ ବୈଦାର ନୂଆଁ ପାଲି ଗ୍ରାମ ଠାରେ ଆଧ୍ୟାତ୍ମିକ ଓ ସାଂସ୍କୃତିକ ପରିବେଶ ୭ ତାରିଖ ଠାରୁ ଚାଲିଥିବା ଚବିଶ ପ୍ରହରୀ ନାମ ଯଜ୍ଞ ଆଜି ମହାସମାରୋହ ରେ ଉଦଯାପିତ ହୋଇଛି । ବୈଦାର ନୂଆଁପାଲି ମିଳିତ ନାମଯଜ୍ଞ କମିଟି ତରଫରୁ ଏହି ଭାଗବତ ସମାବେଶ ରେ କର୍ତା ଭାବରେ ଇଂ. ଭାଗିରଥୀ ସାହୁ ଓ ଅହଲ୍ୟା ସାହୁ ଯୋଗ ଦେଇଥିବା ବେଳେ ଗ୍ରାମ ପୁରୋହିତ ଦେବ ବେହେରା ଙ୍କ ଦ୍ୱାରା ହୋମ-ପୂଜା କାର୍ଯ୍ୟ ସମ୍ପାଦିତ ହୋଇଥିଲା । ପ୍ରଥମ ଦିବସରେ କଳାଶ ଅଧିବାସ ପରେ ୮ ରି ଖରୁ ହୋମ-ପୂଜା-ନାମ ସଂକୀର୍ତନ ଆରମ୍ଭ ହୋ ଆଜି ପୂର୍ଣ୍ଣାହୁତି, ପ୍ରସାଦ ସେବନ, ବୈଠକୀ ଓ ନଗର କୀର୍ତନ ଆୟୋଜିତ ହୋଇଥିଲା । ପ୍ରାୟ ୨୦ ଟି ଗ୍ରାମ ର ସଂକୀର୍ତନ ଦଳ ଏହି ନାମ ଯଜ୍ଞ ରେ ଭାଗ ନେଇଥିବା ବେଳେ ନିମନ୍ତ୍ରିତ କଳାକାର ଦଳ ଭାବେ ଭେଡେନ ଓ ପାହାଡ଼ସିରିଗିଡ଼ା ତଥା ଛତିଶଗଡ଼ ର ଖଇରଗାଡ଼ି ଓ ଚାଂଟିପାଲି ଗ୍ରାମ ର ସଂକୀର୍ତନ ଗୋଷ୍ଠୀ ବୈଠକୀ ରେ ଯୋଗ ଦେଇ ନୃତ୍ୟ, ସଙ୍ଗୀତ ଓ ଅଭିନୟ ପ୍ରଦର୍ଶନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ଯୁବକ ସଂଘ ଓ ସ୍ୱୟଂ ସହାୟିକା ଗୋଷ୍ଠୀର ସଭ୍ୟସଭ୍ୟା ମାନେ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଶୈଳେଶ