ନୂଆ ଗୋଳାବନ୍ଧ ଗ୍ରାମରେ ମାଗଣା ସ୍ଵାସ୍ଥ୍ୟ ଶିବିର
ଗଞ୍ଜାମ, ୧୨ ମଇ (ହି.ସ.)- ଡକ୍ଟରସ ଫୋରମ ଓ ବ୍ରହ୍ମପୁର ସତ୍ୟସାଇ ସଂଘର ମିଳିତ ସହଯୋଗରେ ନୂଆ ଗୋଳାବନ୍ଧ ଗ୍ରାମରେ ଏକ ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ଓ ସଚେତନତା ଶିବିର ଆୟୋଜିତ ହୋଇଥିଲା । ଡାକ୍ତରସ ଫୋରମ ସଭାପତି ଡା. ସଙ୍କର୍ଷଣ ପାତ୍ର, ସମ୍ପାଦକ ଡା ଅତୁଲ୍ୟ କୁମାର ପଟ୍ଟନାୟକ, କୋଷାଧକ୍ଷ ଡା. ସମରେନ୍
Ghoda Bhandari


ଗଞ୍ଜାମ, ୧୨ ମଇ (ହି.ସ.)- ଡକ୍ଟରସ ଫୋରମ ଓ ବ୍ରହ୍ମପୁର ସତ୍ୟସାଇ ସଂଘର ମିଳିତ ସହଯୋଗରେ ନୂଆ ଗୋଳାବନ୍ଧ ଗ୍ରାମରେ ଏକ ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ଓ ସଚେତନତା ଶିବିର ଆୟୋଜିତ ହୋଇଥିଲା । ଡାକ୍ତରସ ଫୋରମ ସଭାପତି ଡା. ସଙ୍କର୍ଷଣ ପାତ୍ର, ସମ୍ପାଦକ ଡା ଅତୁଲ୍ୟ କୁମାର ପଟ୍ଟନାୟକ, କୋଷାଧକ୍ଷ ଡା. ସମରେନ୍ଦ୍ର କୁମାର ସାହୁ, ବରିଷ୍ଠ ସଦସ୍ଯ ଡା. ବିଜୟ କୁମାର ସୁବୁଦ୍ଧି, ନିଶିକାନ୍ତ ସାହୁ ପ୍ରମୁଖ ୬୬ ଜଣ ରୋଗୀଙ୍କ ଚିକିତ୍ସା କରିଥିଲେ। ମାଗଣା ଔଷଧ ବିତରଣ କରାଯାଇଥିଲା ଓ ଉତ୍ତମ ସ୍ୱାସ୍ଥ୍ୟ ରକ୍ଷା ଓ ବିଭିନ୍ନ ରୋଗର ନିରାକରଣ ବିଷୟରେ ସଚେତନ କରାଯାଇଥିଲା। ଏହି ଉପକୂଳବର୍ତ୍ତୀ ଗ୍ରାମରେ ଅଧିକାଂଶ ଚକ୍ଷୁ, ଚର୍ମ, ବାତ ଓ ସ୍ନାୟୁଗତ ରୋଗରେ ପୀଡିତ ଥିବା ଜଣାଯାଇଥିଲା।

ସତ୍ୟସାଇ ସଂସ୍ଥାର ପ୍ରମୁଖ ଶ୍ରୀଯୁକ୍ତ ଅଶୋକ କୁମାର ପାଢ଼ୀ, ସଦସ୍ୟ ଶ୍ରୀ ଏ ସତ୍ୟନାରାୟଣ ଗୁପ୍ତାଙ୍କ ସମେତ ସତ୍ୟସାଇ ସ୍ଥାନୀୟ ସତ୍ୟସାଇ ସଂସ୍ଥାର ସଦସ୍ୟ ସଦସ୍ୟବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande