ଜୟପୁର, ୧୨ ମଇ (ହି.ସ.)- ପୂର୍ବତନ ଅର୍ଥ ଓ ଆଇନମନ୍ତ୍ରୀ ତଥା ଜୟପୁରର ସ୍ବର୍ଗତ ରଘୁନାଥ ପଟ୍ଟନାୟକଙ୍କ ନବମ ପୁଣ୍ୟତିଥିରେ ପାୱାର ହାଉସ ଛକ ନିକଟରେ ଥିବା ତାଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା l ଏଥିରେ ବିନୋଦ ମହାପାତ୍ର, କାଉସିଲର ଭୀଷ୍ଣୁ ରେଡ୍ଡୀ, ମଦନ ମୋହନ ନାୟକ, ହରିହର କରସୁଧା ପଟନାୟକ,ଦୁର୍ଗା ଶତପଥୀ, ଶିବ ପଟନାୟକ, ଚନ୍ଦ୍ର କାନ୍ତ ସୁତାର, ବସନ୍ତ କୁମାର ପାତ୍ର, ପ୍ରତାପ ମାଦଳା, ନବୀନ ପଟନାୟକ, ପ୍ରହ୍ଲାଦ ପାତ୍ର ରୁଦ୍ର ପ୍ରସାଦ ଦାସ, ବାଲକୃଷ୍ଣ ପଟନାୟକ, ହରି ହରିଜନ, ଶରତ ପଟନାୟକ, ଉମେଶ ସାମନ୍ତରାୟ ଙ୍କ ସହିତ ପରିବାରର ସଦସ୍ୟ ଧିରେନ ମୋହନ ପଟନାୟକ, ପ୍ରିତୀଶ ପଟନାୟକ ଏବଂ ପୀୟୂଷ ପଟନାୟକ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ l
ହିନ୍ଦୁସ୍ଥାନ ସମାଚାର / ପିକେପି