ରାୟପୁର, 12 ମେ (ହି.ସ.)-ଛତିଶଗଡ଼ର ରାଜଧାନୀ ରାୟପୁର ସହିତ ସଂଲଗ୍ନ ଖରୋରାରେ ରବିବାର ଅଧରାତିରେ
ରାୟପୁର-ବଲୋଦବାଜାର ରୋଡ଼ରେ ସାରାଗାଁଓ ନିକଟରେ ଏକ ଗାଡ଼ି ପ୍ରଥମେ ଏକ ଟ୍ରେଲର୍ ସହ ଓ ପରେ
ଡମ୍ପର୍ ସହ ଧକ୍କା ହୋଇଥିବାରୁ 13 ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ 10 ଠାରୁ ଅଧିକ
ଲୋକ ଆହତ ହୋଇଥିବା ଏବଂ ସେମାନଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛନ୍ତି। ରାୟପୁର ଜିଲ୍ଲାପାଳ
ଗୌରବ ସିଂହ କହିଛନ୍ତି ଯେ, ବିଳମ୍ବିତ ରାତିରେ ଖରୋରା ଅଞ୍ଚଳରେ
ଘଟିଥିବା ଏହି ଦୁର୍ଘଟଣାରେ ବହୁତ ସଂଖ୍ୟାରେ ଗ୍ରାମବାସୀଙ୍କ ମୃତ୍ୟୁ ଘଟିଛି। ଆହତମାନଙ୍କୁ
ରାୟପୁର ମେଡିକାଲ୍ କଲେଜ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ 4ଜଣ ପିଲା ଓ 9ଜଣ ମହିଳା ଅଛନ୍ତି ।
ମୃତକଙ୍କ ଚିହ୍ନଟ କରାଯାଇଛି ।
ଏସଏସପି ଲାଲ ଉମେନ୍ଦ ସିଂହ୍ ସୂଚନା ଦେଇଛନ୍ତି ଯେ ଚଟୌଦ ଗାଁର ଲୋକମାନେ ରବିବାର ଦିନ ସ୍ୱରାଜ
ମାଜଦା ଗାଡିରେ ବାନା ବନାରସୀ ଗାଁକୁ ଏକ ଛଟି କାର୍ଯ୍ୟକ୍ରମରେ ଅଂଶଗ୍ରହଣ ପାଇଁ ଯାଇଥିଲେ।
ଫେରୁଥିବା ବେଳେ ବଲୋଦବାଜାର ରୋଡ଼ରେ ସାରାଗାଁଓ ନିକଟରେ ରାୟପୁର-ମାଜଦା ଗାଡି ପ୍ରଥମେ ଏକ
ଟ୍ରେଲର୍ ସହ ଧକ୍କା ହୋଇଥିଲା। ଟ୍ରେଲର୍ରେ ଲୁହାର ଏକ ଷ୍ଟ୍ରକ୍ଚର୍ ଥିଲା,
ଯାହା
ଦୁଇପଟେ ପ୍ରାୟ ତିନି-ତିନି ଫୁଟ୍ ବାହାରକୁ ବାହାରିଥିଲା। ସେଇ ଲୁହା ଷ୍ଟ୍ରକ୍ଚର୍ ସହିତ ମାଜଦା
ଯାନର ଡାଲା ଧକ୍କା ଖାଇଥିବାରୁ ସବୁଠୁ ଅଧିକ କ୍ଷତି ହୋଇଛି । ଏହାପରେ ମାଜଦା ଗାଡ଼ି ଏକ
ଡମ୍ପର୍ ସହ ଧକ୍କା ହୋଇଥିଲା। ଏହି ଘଟଣାରେ ତିନୋଟି ଯାନର ଚାଳକମାନଙ୍କୁ ପୋଲିସ ଗିରଫ କରିଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା