ବୌଦ୍ଧ ପୀଠ ଉଦୟଗିରିଠାରେ ବୁଦ୍ଧ ପୂର୍ଣ୍ଣମୀ ପାଳିତ
ଧର୍ମଶାଳା,୧୨ ମଇ(ହି.ସ.) - ଆଜି ପରମ କାରୁଣିକ ତଥାଗତ ବୁଦ୍ଧଙ୍କର୨୫୬ତମ ଜୟନ୍ତୀ ଉତ୍ସବ । ଏହି ଅବସରରେ ଯାଜପୁର ଜିଲାର ଅନ୍ୟତମ ପ୍ରସିଦ୍ଧ ବୌଦ୍ଧ ବିହାର ଉଦୟଗିରିଠାରେ ପବିତ୍ର ବୁଦ୍ଧ ପୂର୍ଣ୍ଣମୀ ମହାସମାରୋହରେ ପାଳିତ ହୋଇଯାଇଛି । ଉଦୟଗିରିସ୍ଥିତ ଶୋଭନୀୟ ଶିକ୍ଷାଶ୍ରମ ତଥା ଆନ୍ତର୍ଜାତୀୟ ଶୋଭନୀୟ ଆନ୍ଦ
ବୌଦ୍ଧ ପୀଠ ଉଦୟଗିରିଠାରେ ବୁଦ୍ଧ ପୂର୍ଣ୍ଣମୀ ପାଳିତ


ଧର୍ମଶାଳା,୧୨ ମଇ(ହି.ସ.) - ଆଜି ପରମ କାରୁଣିକ ତଥାଗତ ବୁଦ୍ଧଙ୍କର୨୫୬ତମ ଜୟନ୍ତୀ ଉତ୍ସବ । ଏହି ଅବସରରେ ଯାଜପୁର ଜିଲାର ଅନ୍ୟତମ ପ୍ରସିଦ୍ଧ ବୌଦ୍ଧ ବିହାର ଉଦୟଗିରିଠାରେ ପବିତ୍ର ବୁଦ୍ଧ ପୂର୍ଣ୍ଣମୀ ମହାସମାରୋହରେ ପାଳିତ ହୋଇଯାଇଛି । ଉଦୟଗିରିସ୍ଥିତ ଶୋଭନୀୟ ଶିକ୍ଷାଶ୍ରମ ତଥା ଆନ୍ତର୍ଜାତୀୟ ଶୋଭନୀୟ ଆନ୍ଦୋଳନ ପକ୍ଷରୁ ଆଜି ସକାଳୁ ଏକ ଶାନ୍ତି ଶୋଭାଯାତ୍ରା ବାହାରି ଥିଲା । ଶିକ୍ଷାଶ୍ରମର ଛାତ୍ରଛତ୍ରୀମାନେ ବିଭିନ୍ନ ପ୍ଲାକାର୍ଡ ଧରି ଏକ ଶାନ୍ତି ଶୋଭାଯାତ୍ରାରେ ବାହାରି ଐତିହାସିକ ବୌଦ୍ଧ ପୀଠ ଉଦୟଗିରିଠାରେ ପଂହଚି ଥିଲେ । ସେଠାରେ ୧୦୮ ଢାଳ ସୁବାସିତ ଜଳରେ ବୁଦ୍ଧଙ୍କ ସ୍ନାନ କରାଯାଇ ପୂଜାର୍ଚ୍ଚନା ସହ ସୁଜାତା କ୍ଷିରୀ ଅର୍ପଣ କରାଯାଇଥିଲା । ଏଥି ସହ ବୁଦ୍ଧ ବନ୍ଦନା ଓ ବୁଦ୍ଧଦେବଙ୍କ ନୀତି ଆଦର୍ଶ ସମ୍ବଦ୍ଧିତ ସଂକ୍ଷିପ୍ତ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା । ଶୋଭନୀୟ ଆନ୍ଦୋଳନର ନିର୍ଦ୍ଦେଶିକା ଡ. ଅରୁଦ୍ଧତି ଦେବୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ଯାଜପୁର ସାଂସଦ ଡ. ରବୀନ୍ଦ୍ର ନାରାୟଣ ବେହେରା ଯୋଗ ଦେଇ ଭଗବାନ ବୁଦ୍ଧଙ୍କ ନୀତି ଆଦର୍ଶରେ ଅନୁପ୍ରାଣୀତ ହେବାକୁ ପରାମର୍ଶ ଦେଇଥିଲେ । ଏଥି ସହିତ ବୌଦ୍ଧ ପୀଠ ଉଦୟଗିରିର ବିକାଶ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଆରମ୍ଭ କରିଥିବା କହିଥିଲେ । ଏହି ଅବସରରେ ଶୋଭନୀୟ ଶିକ୍ଷାଶ୍ରମର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଓଡିଶାର ବିଭିନ୍ନ ସ୍ଥାନର ଶୋଭନୀୟ ଆନ୍ଦୋଳନର ନେତୃମଣ୍ଡଳୀ ଯୋଗ ଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande