କଂଗ୍ରେସ ପକ୍ଷରୁ ଓବିସି ନେତୃବୃନ୍ଦ ବୈଠକ ୧୪ରେ
ଭୁବନେଶ୍ୱର ,୧୨ ମଇ (ହି.ସ.) - ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆସନ୍ତାକାଲି ମଙ୍ଗଳବାର ଦିନ ଅନୁଷ୍ଠିତ ହେବାକୁ ଥିବା ପଛୁଆ ବର୍ଗ (ଓବିସି) ନେତୃବୃନ୍ଦ ମାନଙ୍କ ବୈଠକକୁ ବାତିଲ କରାଯାଇଛି। ଏହି ବୈଠକ ୧୪ ତାରିଖ ବୁଧବାର ଦିନ ୧୧ ଘଟିକା ସମୟରେ କଂଗ୍ରେସ ଭବନ ଭୁବନେଶ୍ୱର ଠାରେ ପ୍ରଦେଶ କଂଗ୍ରେସ
କଂଗ୍ରେସ ପକ୍ଷରୁ ଓବିସି ନେତୃବୃନ୍ଦ ବୈଠକ ୧୪ରେ


ଭୁବନେଶ୍ୱର ,୧୨ ମଇ (ହି.ସ.) - ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆସନ୍ତାକାଲି ମଙ୍ଗଳବାର ଦିନ ଅନୁଷ୍ଠିତ ହେବାକୁ ଥିବା ପଛୁଆ ବର୍ଗ (ଓବିସି) ନେତୃବୃନ୍ଦ ମାନଙ୍କ ବୈଠକକୁ ବାତିଲ କରାଯାଇଛି। ଏହି ବୈଠକ ୧୪ ତାରିଖ ବୁଧବାର ଦିନ ୧୧ ଘଟିକା ସମୟରେ କଂଗ୍ରେସ ଭବନ ଭୁବନେଶ୍ୱର ଠାରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ବୋଲି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି । ଏହି ବୈଠକରେ ଓଡ଼ିଶା ପ୍ରଭାବରୀ ଅଜୟ କୁମାର ଲଲ୍ଲୁ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ୍ ଏବଂ ଅନ୍ୟ ବରିଷ୍ଠ ନେତୃବୃନ୍ଦ ଯୋଗ ଦେବେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande