ଭୁବନେଶ୍ୱର, 12 ମେ (ହି.ସ.)
- 'ଅଲ୍ ଚିକି' ଲିପିର ସ୍ରଷ୍ଟା ପଣ୍ଡିତ ରଘୁନାଥ
ମୁର୍ମୁଙ୍କ ସ୍ମୃତିଚାରଣ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସୋସିଆଲ ମିଡିଆ
ଏକ୍ସରେ ନବୀନ କହିଛନ୍ତି ଯେ, ମହାନ ସାନ୍ତାଳୀ କବି ତଥା 'ଅଲ୍ ଚିକି'
ଲିପିର
ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି। ସାନ୍ତାଳୀ
ଭାଷାର ସୁରକ୍ଷା ଓ ଉନ୍ନତି ଦିଗରେ ତାଙ୍କ ଅବଦାନ ଅନନ୍ୟ।
ଭାଷା, ସାହିତ୍ୟକୁ ସମୃଦ୍ଧ କରୁଥିବା ତାଙ୍କର କାଳଜୟୀ ରଚନା ପାଇଁ ସେ
ସର୍ବଦା ସ୍ମରଣୀୟ ବୋଲି ନବୀନ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା