ବରଗଡରେ ଆୟୋଜିତ ଅନ୍ତର୍ଜାତୀୟ ନର୍ସ ଦିବସ କାର୍ଯ୍ୟକ୍ରମରେ ଯୋଗଦେଲେ ମୁକେଶ ମହାଲିଙ୍ଗ
ଭୁବନେଶ୍ୱର, 12 ମେ (ହି.ସ.) - ବରଗଡ଼ ସ୍ଥିତ ଯଦୁମଣି ପ୍ରଧାନ ଅଡିଟୋରିୟମ ଠାରେ ବରଗଡ଼ ନର୍ସିଂ ଆସୋସିଏସନ ତରଫରୁ ଆୟୋଜିତ 'ଅନ୍ତର୍ଜାତୀୟ ନର୍ସ ଦିବସ' ପାଳନ କାର୍ଯ୍ୟକ୍ରମରେ ଯୋଗଦେଇ 'ଅନ୍ତର୍ଜାତୀୟ ନର୍ସ ଦିବସ' ଉପଲକ୍ଷେ ସମସ୍ତ ନର୍ସ ଦିଦି ମାନଙ୍କୁ ଶୁଭେଚ୍ଛା ଜଣାଇ
ବରଗଡରେ ଆୟୋଜିତ ଅନ୍ତର୍ଜାତୀୟ ନର୍ସ ଦିବସ କାର୍ଯ୍ୟକ୍ରମରେ ଯୋଗଦେଲେ ମୁକେଶ ମହାଲିଙ୍ଗ


ଭୁବନେଶ୍ୱର, 12 ମେ (ହି.ସ.)

- ବରଗଡ଼ ସ୍ଥିତ ଯଦୁମଣି ପ୍ରଧାନ ଅଡିଟୋରିୟମ ଠାରେ ବରଗଡ଼ ନର୍ସିଂ ଆସୋସିଏସନ

ତରଫରୁ ଆୟୋଜିତ 'ଅନ୍ତର୍ଜାତୀୟ ନର୍ସ ଦିବସ' ପାଳନ କାର୍ଯ୍ୟକ୍ରମରେ ଯୋଗଦେଇ

'ଅନ୍ତର୍ଜାତୀୟ ନର୍ସ ଦିବସ' ଉପଲକ୍ଷେ ସମସ୍ତ ନର୍ସ

ଦିଦି ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏହି ଅବସରରେ ବରଗଡ଼

ବିଧାୟକ ଶ୍ରୀ ଅଶ୍ୱିନୀ ଷଡଙ୍ଗୀ, ଅତାବିରା ବିଧାୟକ ଶ୍ରୀ ନିହାର ରଂଜନ ମହାନନ୍ଦ, ଭଟଲି ବିଧାୟକ

ଶ୍ରୀ ଇରାଶିଷ ଆଚାର୍ଯ୍ୟ, ନର୍ସିଂ ସୁପରିଟେଣ୍ଡେଣ୍ଟ ବଲମା ଏକ୍କା,

ବରଗଡ଼

ଜିଲ୍ଲାପାଳ, ବରଗଡ଼ ସିଡିଏମଓ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ସେବାର ପ୍ରତୀକ ଭାବେ ସ୍ୱାସ୍ଥ୍ୟ

ବ୍ୟବସ୍ଥାରେ ନର୍ସ ମାନଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ । ଆପଣଙ୍କ ସହଯୋଗ ବିନା,

ଦେଶର

ଉନ୍ନତ ଭବିଷ୍ୟତ ଏବଂ ସୁସ୍ଥ ସମାଜ ଗଠନର ପରିକଳ୍ପନା ଅସମ୍ଭବ ଅଟେ।ଲୋକଙ୍କ ସରକାର ରାଜ୍ଯରେ ନର୍ସିଂ ଶିକ୍ଷାକୁ ବ୍ୟାପକ କରିବା ସହ ଏହି କ୍ଷେତ୍ରରେ

କାର୍ଯ୍ୟରତ କର୍ମଚାରୀଙ୍କ ସୁରକ୍ଷା, ସମ୍ମାନ ଏବଂ ଦକ୍ଷତା ବିକାଶ ପାଇଁ

ପ୍ରତିବଦ୍ଧ ଅଟନ୍ତି, ଏଥିପାଇଁ ରାଜ୍ୟ ସରକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛନ୍ତି।

ମେଡିକାଲ କଲେଜ ଖୋଲିବା ସହ ନର୍ସିଂ କଲେଜ ଖୋଲିବା ପାଇଁ ମଧ୍ୟ ପରିକଳ୍ପନା କରାଯାଉଛି।

ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ଲୋକଙ୍କ ସରକାର ଗଠନ ହେବା ପରେ ରାଜ୍ୟରେ ୮ ଟି ନର୍ସିଂ

କଲେଜ ଖୋଲିବା ପାଇଁ ଯୋଜନା କରାଯାଇଛି। ଏହି ନିଷ୍ପତ୍ତି ଆଗାମୀ ଦିନରେ ନିଶ୍ଚିତ ଭାବେ ରାଜ୍ଯର

ସ୍ୱାସ୍ଥ୍ୟ ସେବା କ୍ଷେତ୍ରକୁ ଆହୁରି ସୁଦୃଢ କରିବା ସହ 'ବିକଶିତ ଓଡ଼ିଶା'

ଏବଂ 'ବିକଶିତ ଭାରତ'

ଗଠନରେ

ସହାୟକ ହେବ ବୋଲି ମନ୍ତ୍ରୀ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande