ସମ୍ବଲପୁର, ୧୩ ମେ (ହି.ସ.)
ଜମନକିରା ମା ବୀଣାପାଣି କ୍ଲବ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ରାଧାକୃଷ୍ଣ ପଡ଼ା ପ୍ରିମିୟର ଲିଗ ରବିବାର ରାତିରେ ଉଦଯାପିତ ହୋଇଯାଇଛି। ଅନୁଷ୍ଠିତ ଏହି ରାତ୍ରି କାଳୀନ କ୍ରିକେଟ ମ୍ୟାଚରେ ବଜରଙ୍ଗ ୧୧, ଖିଲାଡୀ ୧୧, ମହାକାଲ ଟାଇଗର, କିଙ୍ଗସ ୧୧, ଦ ୱାରିଅର, ରୟାଲ ଚଲ୍ଲେଞ୍ଜର, ଟ୍ରଫି ଫାଇଟର ଭଳି ସର୍ବ ମୋଟ ୭ଟି ଦଳ ଭାଗ ନେଇଥିବା ବେଳେ ରବିବାର ରାତିରେ ଫାଇନାଲ ଖେଳ ଟ୍ରଫି ଫାଇଟର ଏବଂ ରୟାଲ ଚେଲେଞ୍ଜର ମଧ୍ୟରେ ହୋଇଥିଲା ପ୍ରଥମ ବ୍ୟାଟିଙ୍ଗ କରି ଟ୍ରଫି ଫାଇଟର ୧୦ ଓଭର ରେ ୩ ଵିକେଟ ହରାଇ ୧୨୪ ରନ କରିଥିଲା ଯାହାର ଜବାବରେ ରୟାଲ ଚେଲେଞ୍ଜର ୧୦ ଓଭର ରେ ୬ ଵିକେଟ ହରାଇ ୬୧ରନ କରିପାରିଥିଲା ଯାହା ଫଳରେ ଟ୍ରଫି ଫାଇଟର ୬୩ ରନ ରେ ବିଜୟୀ ହୋଇଥିଲା। ଅନୁଷ୍ଠିତ ଏହି ଟୁର୍ନାମେଣ୍ଟ ରେ ମୁଖ୍ୟ ଅତିଥିଭାବେ ଜମନକିରା ସ୍ୱାସ୍ଥ୍ୟ କେନ୍ଦ୍ର ଆୟୁଷ ଡାକ୍ତର ଡ଼. ଦିବ୍ୟ ରଞ୍ଜନ ବେହେରା, ଜମନକିରା ବିଶିଷ୍ଟ ସମାଜସେବୀ ଅବଦୁଲ ହବିବ, ଆଦିପ୍ରସାଦ ମହାକୁଳ, ଜିତେନ୍ଦର ସାହୁ ପ୍ରମୁଖ ଉପସ୍ଥିତ ରହି ବିଜେତା ଦଳ କୁ ଟ୍ରଫି ପ୍ରଦାନ କରିଥିଲେ। ଅତିଥି ଗଣ ଙ୍କ ଦ୍ୱାରା ବିଭିନ୍ନ ଖେଳାଳି ଙ୍କୁ ତାଙ୍କ ଭଲ ପ୍ରଦର୍ଶନ ପାଇଁ ମେଡାଲ ପ୍ରଦାନ କରାଯାଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ