ଭୁବନେଶ୍ୱର, 13 ମେ (ହି.ସ.)
- କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସିବିଏସଇ ଦଶମ ଓ ଦ୍ୱାଦଶ
ପରୀକ୍ଷାର ରେଜଲ୍ଟ ଘୋଷଣା ହେବା ପରେ ଛାତ୍ରଛାତ୍ରୀ ଓ ସେମାନଙ୍କ ପିତାମାତାଙ୍କୁ ହାର୍ଦ୍ଦିକ
ଶୁଭେଚ୍ଛା ଜଣାଇଛନ୍ତି ।
ସୋସିଆଲ ମିଡିଆ ମାଧ୍ୟମରେ ସେୟାର କରାଯାଇଥିବା ତାଙ୍କ ବାର୍ତ୍ତାରେ ମନ୍ତ୍ରୀ ଧର୍ମେନ୍ଦ୍ର
ପ୍ରଧାନ ଛାତ୍ରଙ୍କ ପରିଶ୍ରମ, ଧ୍ୟାନ ଓ ସଂକଳ୍ପର ପ୍ରଶଂସା କରିଛନ୍ତି । ସେ ଲେଖିଛନ୍ତି ଯେ,
ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷାରେ ସଫଳ ହୋଇଥିବା ମୋର ସମସ୍ତ ଯୁବ ମିତ୍ର ଓ ସେମାନଙ୍କ
ମାତା-ପିତାଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା । ଏହା ପରିଶ୍ରମ, ସମର୍ପଣ ଓ ଦୃଢ ସଂକଳ୍ପର ଫଳକୁ ସଂଗ୍ରହ
କରିବା ଓ ଉତ୍ସବ ମନାଇବାର ସମୟ ଅଟେ ।
ଛାତ୍ରଙ୍କ ଶୈକ୍ଷଣିକ ଯାତ୍ରାର ଏହି ଗୁରୁତ୍ୱପୂର୍ଣ୍ଣ ମୋଡରେ ସେମାନଙ୍କ ପ୍ରୟାସକୁ
ପ୍ରଶଂସା କରି ମନ୍ତ୍ରୀ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତର କାମନା କରିଛନ୍ତି । ସେ କହିଛନ୍ତି ଯେ,
ସମସ୍ତ ଭବିଷ୍ୟତ ନେତୃତ୍ୱକର୍ତ୍ତାଙ୍କୁ ଏକ ସୁଖଦ, ସୁସ୍ଥ ଓ ଉଜ୍ଜ୍ୱଳ ଭବିଷ୍ୟତର ଶୁଭକାମନା ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା