6 ଦିନ ବାତିଲ ପରେ ଶ୍ରୀନଗର ଏୟାରପୋର୍ଟରୁ ଉଡାଣ ସଂଚାଳନ ଆରମ୍ଭ
ଶ୍ରୀନଗର, 13 ମେ (ହି.ସ.)- ଶ୍ରୀନଗର ଏୟାରପୋର୍ଟରୁ ଏୟାର ଇଣ୍ଡିଆର ଦିଲ୍ଲୀରୁ ଶ୍ରୀନଗର ଯାଉଥିବା ଉଡାଣ ଅବତରଣ ସହିତ 6ଦିନ ପରେ ଉଡାଣ ସଂଚାଳନ ପୁଣି ଥରେ ଆରମ୍ଭ ହୋଇଛି । ଜଣେ ଅଧିକାରୀ କହିଛନ୍ତି ଯେ ବର୍ତ୍ତମାନ ପରିସ୍ଥିତିରେ କିଛି ଦିନ ପର୍ଯ୍ୟନ୍ତ ବାତିଲ ଥିବା ପରେ ଆଜି ଔପ
6 ଦିନ ବାତିଲ ପରେ ଶ୍ରୀନଗର ଏୟାରପୋର୍ଟରୁ ଉଡାଣ ସଂଚାଳନ ଆରମ୍ଭ


ଶ୍ରୀନଗର, 13 ମେ (ହି.ସ.)- ଶ୍ରୀନଗର ଏୟାରପୋର୍ଟରୁ ଏୟାର ଇଣ୍ଡିଆର ଦିଲ୍ଲୀରୁ ଶ୍ରୀନଗର ଯାଉଥିବା ଉଡାଣ

ଅବତରଣ ସହିତ 6ଦିନ ପରେ ଉଡାଣ ସଂଚାଳନ ପୁଣି ଥରେ ଆରମ୍ଭ ହୋଇଛି ।

ଜଣେ ଅଧିକାରୀ କହିଛନ୍ତି ଯେ ବର୍ତ୍ତମାନ ପରିସ୍ଥିତିରେ କିଛି ଦିନ ପର୍ଯ୍ୟନ୍ତ ବାତିଲ ଥିବା

ପରେ ଆଜି ଔପଚାରିକ ଭାବେ ଉଡାଣ ସଞ୍ଚାଳନ ପୁଣିଥରେ ଆରମ୍ଭ ହୋଇଛି। ସେ କହିଛନ୍ତି,

ଆଜି

ସକାଳେ ଦିଲ୍ଲୀରୁ ଏୟାର୍ ଇଣ୍ଡିଆର ଗୋଟିଏ ବିମାନ ବିମାନବନ୍ଦରରେ ଅବତରଣ କରିଛି,

ଯାହା

ସହିତ ଅପରେସନ ପୁଣି ଆରମ୍ଭ ହୋଇଛି। ୨୨ ଅପ୍ରେଲରେ ପହେଲଗାମ ଆକ୍ରମଣର ପ୍ରତିଉତ୍ତରରେ

ପାକିସ୍ତାନର ଆତଙ୍କବାଦୀ ଶିବିରଗୁଡ଼ିକୁ ଲକ୍ଷ୍ୟ କରି ଭାରତ ଦ୍ୱାରା ଅପରେସନ ସିନ୍ଦୂର ଆରମ୍ଭ

କରାଯିବା ପରେ, ଶ୍ରୀନଗର ସମେତ ୩୨ଟି ବିମାନବନ୍ଦରରେ ବିମାନ ସଞ୍ଚାଳନ ରଦ୍ଦ

କରାଯାଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande