ନୁଆଦିଲ୍ଲୀ 13 ମଇ (ହି.ସ)-ଆମ
ଆଦମୀ ପାର୍ଟୀ(ଆଆପା)ର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରୀୱାଲ ଆଜି ପଞ୍ଜାବର ଅମୃତସର ଜିଲ୍ଲାର
ମଜୀଠାରେ ବିଷାକ୍ତ ମଦ ପିଇବା ଯୋଗୁଁ ଅନେକ ଲୋକଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି।ସେ
କହିଛନ୍ତି ଯେ ପଞ୍ଜାବ ସରକାର ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।
କେଜରିୱାଲ ଏହି ଘଟଣାରେ
କହିଛନ୍ତି ଯେ ବିଷାକ୍ତ ମଦ ପଛରେ ଯାହାର ବି ହାଥ ଅଛି ତାକୁ ଛଡାଯିବ ନାହିଁ।କେଜରିୱାଲ ଏକ୍ସ
ପୋଷ୍ଟରେ କହିଛନ୍ତି ଯେ ମଜୀଠାରେ ବିଷାକ୍ତ ମଦ ପିଇବା ଯୋଗୁଁ ଅନେକ ଲୋକଙ୍କ ମୃତ୍ୟୁ ଘଟିଛି।ଏଥିରେ
ଯିଏ ବି ଜଡିତ ସେ ଯେତେ ପ୍ରଭାବଶାଳୀ ହୁଅନ୍ତୁ ନା କାହିଁକି ।ତୁମେ ଯେତେ ବଡ ହୁଅ ,ତାହା କିଛି
ଫରକ ପଡେ ନାହିଁ।ସେମାନଙ୍କୁ ଛଡାଯିବ ନାହିଁ।ତାଙ୍କୁ ସବୁଠାରୁ କଠୋର ଦଣ୍ଡ ମିଳିବ।ସେ କହିଛନ୍ତି
ଯେ ପୀଡିତ ପରିବାରଙ୍କୁ ଇଶ୍ୱର ଏହି ଦୁଃଖ ସହ୍ୟ କରିବା ପାଇଁ ଶକ୍ତି ଦିଅନ୍ତୁ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା